ବଢିଲା କୃଷି ଓଭର୍‍ସିଅରମାନଙ୍କ ମାସିକ ଗସ୍ତ ଖର୍ଚ୍ଚ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ପୂର୍ବରୁ ଥିଲା ୪୫୦ ଟଙ୍କା, ଏବେ….

Published: May 15, 2025, 9:40 pm IST
CMMajhi

ଭୁବନେଶ୍ବର: କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କୃଷି ଓଭର୍‍ସିଅର ମାନଙ୍କୁ ଅତି କମରେ ୨୦ ଦିନ ଗସ୍ତ କରିବାକୁ ପଡ଼ିଥାଏ । ପୂର୍ବରୁ ସେମାନଙ୍କ ମାସିକ ଗସ୍ତଭତ୍ତା (Permanent Travelling Allowance) ୩୦୦ ଟଙ୍କା ଥିବାବେଳେ ୨୦୨୩ ରେ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇ ଥିଲା।

ତେବେ ଏହାପରେ ସମାନ ସ୍ତରରେ ଥିବା ଅଧିକାଂଶ ପଦବୀ ଗୁଡ଼ିକର ମାସିକ ଗସ୍ତଭତ୍ତା ବୃଦ୍ଧି ପାଇଥିବା ବେଳେ କୃଷି ଓଭର୍‍ସିଅର ମାନଙ୍କ ଭତ୍ତା ବଢ଼ିନଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷି ଓଭର୍‍ସିଅରମାନେ ନିୟମିତ ଭାବେ ଗସ୍ତ କରିବା ପାଇଁ ପ୍ରୋତ୍ସାହିତ ହେବେ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ୧୫୬୭ ଟି କୃଷି ଓଭର୍‍ସିଅର ପଦବୀ ଥିବାବେଳେ ବର୍ତ୍ତମାନ ୧୨୫୭ ଜଣ କାର୍ଯ୍ୟରତ ଅଛନ୍ତି ।

Related posts