ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ଫାଇନାଲ୍ରେ ଝୁଣ୍ଟିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି ଭି ସିନ୍ଧୁ । ଜାକାର୍ତ୍ତାରେ ଅନୁଷ୍ଠିତ ଫାଇନାଲ୍ରେ ସିନ୍ଧୁ 15-21 ଏବଂ 16-21 ସେଟ୍ରେ ପରାଜିତ ହୋଇଛନ୍ତି ସିନ୍ଧୁ । ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସିଡ୍ ମାନ୍ୟତା ପାଇଥିବା ଜାପାନର ୟାକାନେ ଆମାଗୁଚିଙ୍କ ନିକଟରୁ ପରାଜିତ ହୋଇ ଚଳିତ ବର୍ଷରେ ନିଜର ପ୍ରଥମ ଟାଇଟଲ ହାସଲରୁ ବଞ୍ଚିତ ହୋଇଛନ୍ତି । ଅଲମ୍ପିକ ରୌପ୍ୟପଦକ ବିଜୟିନୀ ସିନ୍ଧୁ ପୂର୍ବ 14 ମୁକାବିଲାରେ 10ଟିରେ ବିଜୟୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏକ ଟାଇଟଲ ମୁକାବିଲାରେ ସିନ୍ଧୁ ପରାଜିତ ହୋଇଛନ୍ତି । ପୂର୍ବରୁ ସିନ୍ଧୁ ସିଙ୍ଗାପୁର ଓପନ୍ ସେମି ଫାଇନାଲ୍ରେ ପରାଜିତ ହୋଇଥିଲେ ।