
The Samikhsya Bureau: ଦେଶର ଅଗ୍ରଣୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆସିଲା ବଡ ନିଯୁକ୍ତି। ଏହି ବ୍ୟାଙ୍କରେ ଏକା ଥରେ ନିଯୁକ୍ତି ହେବେ 2964 ଜଣ ଅଧିକାରୀ। ଏଥିପାଇଁ ବ୍ୟାଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବ୍ୟାଙ୍କର ସର୍କଲ ବେସଡ ଅଧିକାରୀ ନିଯୁକ୍ତ କରାଯିବ।
ତେବେ ଏହି ଅଧିକାରୀଙ୍କ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କର ଯୋଗ୍ୟତା ଗ୍ରାଜୁଏସନ ହୋଇଥିବାର ଆବଶ୍ୟକ। ସେହିପରି ପ୍ରାର୍ଥୀଙ୍କ ବୟସ 21 ବର୍ଷ ହୋଇଥିବାର ଆବଶ୍ୟକ। ତେବେ ଯେଉଁମାନେ ଆବେଦନ କରିବେ ସେମାନେ https://bank.sbi/web/careers/current-openings କୁ କ୍ଲିକ କରନ୍ତୁ। ଆବେଦନ କରିବାର ଶେଷ ତାରିଖ ହେଲା 29 ମେ 2025।
Tags: SBI, ଭାରତୀୟ ଷ୍ଟେଟ ବ୍ୟାଙ୍କ