Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତକୁ ପାଣି ଛାଡିବାକୁ ଅନୁରୋଧ କଲା ପାକିସ୍ତାନ, ମୋଦି ସରକାର ଦେଲେ ଏହି ଉତ୍ତର
ଆଜିର ଖବର

ଭାରତକୁ ପାଣି ଛାଡିବାକୁ ଅନୁରୋଧ କଲା ପାକିସ୍ତାନ, ମୋଦି ସରକାର ଦେଲେ ଏହି ଉତ୍ତର

May 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର ଆଉ ଏକ ବଡ଼ ନିଷ୍ପତ୍ତି: ଏବେ ପାକିସ୍ତାନର ଭଙ୍ଗିବ ଅହଂକାର
ଭାରତର ଆଉ ଏକ ବଡ଼ ନିଷ୍ପତ୍ତି: ଏବେ ପାକିସ୍ତାନର ଭଙ୍ଗିବ ଅହଂକାର

ନୂଆଦିଲ୍ଲୀ: ଭାରତକୁ ପରମାଣୁ ବୋମା ଧମକ ଦେଉଥିବା ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଆଜି ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ବ୍ୟାକୁଳ ହେଉଛି। ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ ପାକିସ୍ତାନର ଗଳା ଶୁଖିବା ଆରମ୍ଭ କରିଛି। ଏପରି ପରିସ୍ଥିତିରେ ଯେତେବେଳେ ପାକିସ୍ତାନକୁ ପାନୀୟ ଜଳ ମିଳୁନଥିଲା, ସେତେବେଳେ ଭାରତ ଆଗରେ ଭିକ୍ଷା ମାଗିବାକୁ ପାକିସ୍ତାନ ବାଧ୍ୟ ହୋଇଥିଲା ଏବଂ ଭାରତ ସରକାରଙ୍କୁ ପାଣି ଛାଡ଼ିବାକୁ ଅନୁରୋଧ କରିବା ଆରମ୍ଭ କରିଥିଲା।

ତଥାପି, ମୋଦି ସରକାର ଏ ବିଷୟରେ ନିଜର ମତ ସ୍ପଷ୍ଟ କରିଛନ୍ତି। କ୍ୟାବିନେଟ ସଚିବ ଟିଭି ସୋମନାଥନଙ୍କୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ କହିଛି ଯେ, “ପାକିସ୍ତାନ ବିଶ୍ୱସନୀୟ ଏବଂ ସ୍ଥାୟୀ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ ନ ଦେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ।”

ମଙ୍ଗଳବାର ଦିନ କ୍ୟାବିନେଟ ସଚିବ ଟିଭି ସୋମନାଥନଙ୍କୁ ପ୍ରଦାନ କରାଯାଇଥିବା ମାସିକ ରିପୋର୍ଟରେ ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟର ସଚିବ ଦେବଶ୍ରୀ ମୁଖାର୍ଜୀ କହିଛନ୍ତି ଯେ, “ପହଲଗାମରେ ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ପରେ ସରକାର ତୁରନ୍ତ ପ୍ରଭାବରୁ ଚୁକ୍ତିକୁ ସ୍ଥଗିତ କରିଥିବା ଘୋଷଣା କରିଛନ୍ତି।”

ମୁଖାର୍ଜୀ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ପାକିସ୍ତାନ ବିଶ୍ୱସନୀୟ ଏବଂ ସ୍ଥାୟୀ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରେ, ସେପର୍ଯ୍ୟନ୍ତ ପ୍ରମୁଖ ଜଳ ବଣ୍ଟନ ଚୁକ୍ତି ସ୍ଥଗିତ ରହିବ।”

୧୯୬୦ ମସିହାରେ ସ୍ୱାକ୍ଷରିତ ଏବଂ ବିଶ୍ୱ ବ୍ୟାଙ୍କ ଦ୍ୱାରା ମଧ୍ୟସ୍ଥତା ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମା (IWT) ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳ ବଣ୍ଟନ ଏବଂ ବ୍ୟବହାର ସହିତ ଜଡିତ।

ସୂତ୍ର ଅନୁଯାୟୀ ପାକିସ୍ତାନ ଜଳସମ୍ପଦ ସଚିବ ସୟଦ ଅଲି ମୁର୍ତାଜା ନୂଆଦିଲ୍ଲୀ ଦ୍ୱାରା ଉଠାଯାଇଥିବା ନିର୍ଦ୍ଦିଷ୍ଟ ଆପତ୍ତି ଉପରେ ଆଲୋଚନା କରିବାକୁ ତାଙ୍କ ସରକାର ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ। ତଥାପି ଭାରତ ସରକାର ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତିରେ ଅଟଳ ରହିଛନ୍ତି।

india Indus Water Treaty Modi Government pakistan
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026

ଲାଇନଚ୍ୟୁତ ଚେନ୍ନାଇ-ନିୟୁ ଜଲପାଈଗୁଡ଼ି ଏକ୍ସପ୍ରେସର କୋଚ୍‌ଗୁଡ଼ିକ ପୁନଃସ୍ଥାପନ, ଟ୍ରେନ୍ ଚଳାଚଳ ସ୍ୱାଭାବିକ

February 5, 2026
Latest News

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026

Odisha Budget 2026: ବଜେଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ

February 5, 2026

ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.