Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ଭୁବନେଶ୍ୱରରେ ଜାତୀୟ ଡେଙ୍ଗୁ ଦିବସ ପାଳନ
ଆଜିର ଖବର

ଏମ୍‌ସ ଭୁବନେଶ୍ୱରରେ ଜାତୀୟ ଡେଙ୍ଗୁ ଦିବସ ପାଳନ

May 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସଚେତନ ହେଲେ ଡେଙ୍ଗୁ ଭଳି ପ୍ରାଣଘାତୀ ଶତ୍ରୁ କବଳରୁ ମୁକ୍ତି ମିଳିପାରିବ। ଏନେଇ ଆଜି ଏମ୍‌ସ ପକ୍ଷରୁ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଜନସାଧାରଣଙ୍କୁ ଉଭୟ ଓଡ଼ିଆ ଓ ଇଂରାଜୀରେ ସଚେତନତାଧର୍ମୀ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS) ର ଜାତୀୟ ଭେକ୍ଟର ବର୍ଣ୍ଣ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCVBDC) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୫ ସୁଦ୍ଧା ସାରା ଦେଶରେ ମୋଟ ୧୨,୦୪୩ ଡେଙ୍ଗୁ ମାମଲା ଏବଂ ୬ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି, ଯେଉଁଥିରେ ତାମିଲନାଡୁରୁ ସର୍ବାଧିକ ମାମଲା ରହିଛି।

ଡେଙ୍ଗୁ ଓ ଭୂତାଣୁବାହୀ ରୋଗ କ୍ଷେତ୍ରରେ ଅନ୍ତର୍ଜାତୀୟ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଡେଙ୍ଗୁ ମଶା ପ୍ରଜନନକୁ ରୋକିବା ନିମନ୍ତେ ଘର ଓ ପରିବେଶକୁ ପରିଷ୍କାର ରଖିବା ଏବଂ ପାଣି ନଜମିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଡେଙ୍ଗୁ ଲାର୍ଭା ସ୍ଥିର କିମ୍ବା ବିଶୁଦ୍ଧ ପାଣିରେ ଦୀର୍ଘ ସମୟ ଯାଏଁ ବଞ୍ଚିରୁହେ। ତେଣୁ ଡେଙ୍ଗୁରୁ ରକ୍ଷା ପାଇବାକୁ ହେଲେ ଘର ଚାରିପାଖରେ ଯେପରି ପାଣି ଜମା ହୋଇ ନରୁହେ ସେନେଇ ଦୃଷ୍ଟି ଦେବାକୁ ହେବ। ସେହିପରି ଆଗକୁ ଆସୁଥିବା ମୌସୁମୀ ସମୟରେ ମଶାରୀ ବ୍ୟବହାର, ପୁରା ହାତ ପୋଷାକ ପିନ୍ଧିବା ଭଳି ନାନା ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ ଡ. ବିଶ୍ବାସ।

ଏମ୍‌ସ ଭୁବନେଶ୍ୱର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଓପିଡି ପରିସରରେ ଆୟୋଜିତ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସମେତ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଡ. ଦେବାନନ୍ଦ ସାହୁ, ଡ. ଅନୁପମା ବେହେରା, ଡ. ଧୃତି ସୁନ୍ଦର ଦାସ, ଶିଶୁ ବିଭାଗର ଡ. ରଶ୍ମୀ ରଂଜନ ଦାସ, ସିଏମ୍‌ଏଫଏମ୍‌ ବିଭାଗର ଡ. ବିନୋଦ ବେହେରା ପ୍ରମୁଖ ଯୋଗଦେଇଥିଲେ।

ଡେଙ୍ଗୁ ସଂକ୍ରମଣକୁ ଚିହ୍ନଟ କରିବା ଏବଂ ସଠିକ୍‌ ସମୟରେ ଚିକିତ୍ସା କରିବା ନିହାତି ଆବଶ୍ୟକ। ନଚେତ ଏହା ଗୁରୁତର ଜଟିଳତା ସୃଷ୍ଟି କରିଥାଏ। ଏଥିସହିତ ଡେଙ୍ଗୁ ଜନସ୍ୱାସ୍ଥ୍ୟର ଗୁରୁତ୍ୱ, ମହାମାରୀ ସମ୍ବନ୍ଧୀୟ ବିପଦ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମଣ୍ଡଳୀ। ଉଭୟ ବୟସ୍କ ଏବଂ ପିଲାମାନଙ୍କଠାରେ ଡେଙ୍ଗୁ ରୋଗର ନିରାକରଣ ଏବଂ ଚିକିତ୍ସା ବିଷୟରେ ମଧ୍ୟ ସେମାନେ ସୂଚନା ପ୍ରଦାନ କରିଥିଲେ।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.