
ଭୁବନେଶ୍ବର: ପୁଣି ଇସ୍କନର ମନମାନି। କାରଣ ଇସ୍କନ ତରଫରୁ ଆସନ୍ତାକାଲି ଆୟୋଜିତ ହେବାକୁ ରଥଯାତ୍ରା। ଲଣ୍ଡନରେ ଏହି ରଥଯାତ୍ରା କରିବା ପାଇଁ ଇସ୍କନ ତରଫରୁ ବ୍ୟାପକ ପ୍ରସାର କରାଯାଉଛି। ଏହି ଉତ୍ସବରେ ଯୋଗଦେବା ପାଇଁ ଇସ୍କନ ତରଫରୁ ଭକ୍ତମାନଙ୍କୁ ନିବେଦନ କରାଯାଇଛି।
ତେବେ ଏହାକୁ ନେଇ ଜଗନ୍ନାଥ ପ୍ରେମୀ ତଥା ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପୁଣି ଥରେ ଇସ୍କନ କାହିଁକି ଅଦିନିଆ ରଥଯାତ୍ରା କରୁଛୁ ତାହାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ଏହିପରି ଅଦିନିଆ ରଥଯାତ୍ରା କରିବାରୁ ତାହାକୁ ସମାଲୋଚନା କରାଯାଇଥିଲା। ଏପରିକି ଗଜପତି ମହାରାଜା ଚିଠି ଲେଖି ଏପରି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ କହିବା ପରେ ଇସ୍କନ ସେଥିରୁ ନିବୃତ ରହିଥିଲା।
ପୁଣି ଲଣ୍ଡନରେ ଇସ୍କନ ଏପରି ଅଦିନିଆ ରଥଯାତ୍ରା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି।
Tags: ଅଦିନିଆ ରଥଯାତ୍ରା, ଇସ୍କନ