Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରଙ୍କ ତରଫରୁ ନିଆଯାଇଥିବା ଶିକ୍ଷକ ମାନଙ୍କର ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ରହୁ: ଓଷ୍ଟା
ଆଜିର ଖବର

ସରକାରଙ୍କ ତରଫରୁ ନିଆଯାଇଥିବା ଶିକ୍ଷକ ମାନଙ୍କର ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ରହୁ: ଓଷ୍ଟା

May 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସରକାରଙ୍କ ତରଫରୁ ଚଳିତ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ସମର୍ଥନ ଜଣାଇବା ସହ ଏଥିରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

ସୂଚନାଥାଉକି, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ରାଜ୍ୟବ୍ୟାପୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନଙ୍କର ବଦଳି ନିମନ୍ତେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ପ୍ରକ୍ରିୟା ପାଇଁ ମଇ ମାସ ୧୫ ତାରିଖରୁ ଆବେଦନ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବାକୁ ଥିବାବେଳେ ବର୍ତ୍ତମାନସୁଦ୍ଧା ୱେବସାଇଟ୍ ଖୋଲୁ ନାହିଁ, ପୁନଶ୍ଚ ଟିଚର ପ୍ରୋଫାଇଲ ଅପଡେଟ୍ ପାଇଁ କୌଣସି ନିଷ୍ପତ୍ତି ହୋଇ ନାହିଁ। ମଇ ୩୧ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀମାନେ ଆବେଦନକୁ ଅପଲୋଡ଼ କରିବେ ଏବଂ ଜୁନ୍ ୫ ତାରିଖରେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଶିକ୍ଷକଙ୍କ ଆବେଦନକୁ ରାଜ୍ୟ ମେଡିକାଲ ବୋର୍ଡ଼ ତର୍ଜମା କରିବ। ଜୁନ୍ ୧୧ ତାରିଖରେ ଯୋଗ୍ୟ ବିବେଚିତ ଶିକ୍ଷକଙ୍କ ତାଲିକା ପ୍ରକାଶ ପାଇବା ପରେ ୧୩ ତାରିଖରେ ବଦଳି ନିର୍ଦ୍ଦେଶ ବାହାରିବ।

ସେହିପରି ଯେଉଁ ସ୍କୁଲରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ରହିଛନ୍ତି ସେମାନଙ୍କର ତାଲିକା ମଇ ୩୧ ତାରିଖରେ ପ୍ରକାଶ ପାଇବ। ଜୁନ୍ ୧୫ ତାରିଖ ସୁଦ୍ଧା ଜିଲ୍ଲାଶିକ୍ଷାଧିକାରୀମାନେ ସମାନୁପାତିକ ଶିକ୍ଷକ ପ୍ରସ୍ତାବ ପ୍ରସ୍ତୁତ କରିବେ। ଜୁନ୍ ୩୦ ତାରିଖ ସୁଦ୍ଧା ବଦଳି ନିର୍ଦ୍ଦେଶ ପ୍ରଦାନ କରାଯିବ। ସେହିପରି ପ୍ରାଥମିକ ସ୍କୁଲ ମାନଙ୍କରେ ଥିବା ଶିକ୍ଷକ ଜିଲ୍ଲାସ୍ତରୀୟ, ଆନ୍ତଃଜିଲ୍ଲାରେ ଥିବା ଦୁଇଜଣଙ୍କ ମଧ୍ୟରେ ଆପୋସ ବଦଳି ଓ ଜିଲ୍ଲା ମଧ୍ୟରେ ବଦଳି ନିମନ୍ତେ ମଧ୍ୟ ଆବେଦନ ଗ୍ରହଣ କରାଯିବ। ୩୦ ତାରିଖରେ ଆବେଦନ ସରିବା ପରେ ଜୁନ୍ ୩ ତାରିଖ ସୁଦ୍ଧା ପ୍ରସ୍ତାବକୁ ବ୍ଲକ୍‌ଶିକ୍ଷାଧିକାରୀ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବେ।

ଜୁନ୍ ୫ ସୁଦ୍ଧା ଏହି ପ୍ରସ୍ତାବକୁ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯିବ। ଜୁନ୍ ୯ ସୁଦ୍ଧା ଶିକ୍ଷାନିର୍ଦ୍ଦେଶକ ଏହି ପ୍ରସ୍ତାବକୁ ଅନୁମୋଦନ କରିବେ। ପ୍ରାଥମିକ ବିଦ୍ୟାଳୟର ତାଲିକା ୧୧ ତାରିଖରେ ଓସେପା ୱେବସାଇଟ୍‌ରେ ପ୍ରକାଶ ପାଇବ। ୧୩ ତାରିଖରେ ନୂଆ ସ୍ଥାନରେ ଯୋଗଦାନ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶନାମା ରହିଛି। ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରୁ ୧୫ ଜଣ ଶିକ୍ଷକଙ୍କ ନାମ ବଦଳି ନିମନ୍ତେ ପ୍ରଦାନ କରିପାରିବେ।

ଯେଉଁମାନଙ୍କ ନିମନ୍ତେ ବଦଳି ନିହାତି ଜରୁରୀ ସେମାନଙ୍କ ପାଇଁ ତଥା ଆବଶ୍ୟକ ଭିତ୍ତିରେ ଜିଲ୍ଲା ବାହାରକୁ ଯିବାକୁ ଚାହୁଁଥିବା ଶିକ୍ଷକଙ୍କ କଥାକୁ ବିଚାରକୁ ନେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସରକାରଙ୍କର ଏହି ପଦକ୍ଷେପକୁ ଓଷ୍ଟା ପକ୍ଷରୁ ସ୍ୱାଗତ କରାଯିବା ସହ ଉଭୟ ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବା ନିମନ୍ତେ ସରକାରଙ୍କ ନିକଟରେ ଦାବି କରାଯାଇଛି। ଜଟିଳ ଶାରିରୀକ ଅସୁସ୍ଥତା ଏବଂ ସ୍ପାଉସ୍ ଗ୍ରାଉଣ୍ଡକୁ ଅଗ୍ରାଧିକାର ଦିଆଯିବା ନିମନ୍ତେ ସଂଗଠନ ପକ୍ଷରୁ ଦାବି ହୋଇଛି।

ରାଜ୍ୟର ଅନେକ ବିଦ୍ୟାଳୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ନାହାଁନ୍ତି। ଅନ୍ୟ କେଉଁଠାରେ ଶିକ୍ଷକ ଅଛନ୍ତି ମାତ୍ର ଛାତ୍ରଛାତ୍ରୀ ଉଚିତ ସଂଖ୍ୟାରେ ନାହାଁନ୍ତି। ଯେଉଁଠାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ କମ୍ ରହିଛନ୍ତି ସେଠାରେ ଶିକ୍ଷକ ନିଯୁକ୍ତି କରାଯାଉ। ଯେଉଁଠାରେ ବଳକା ଶିକ୍ଷକ ରହିଛନ୍ତି ସେଠାରୁ ଶିକ୍ଷକମାନଙ୍କୁ ଅପସାରଣ କରାଯାଇ ଆବଶ୍ୟକ ସ୍ଥାନରେ ନିଯୁକ୍ତିର ବ୍ୟବସ୍ଥା କରାଗଲେ ଶିକ୍ଷକ ଅଭାବ ପୂରଣ କରାଯାଇ ପାରନ୍ତା।

ସେହିପରି ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କ କ୍ଷେତ୍ରରେ ଏହି ବଦଳି ନିର୍ଦ୍ଦେଶନାମା ଲାଗୁ କରାଯିବା ଏବଂ ଶୂନ୍ୟପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

OSSTA ଓଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 21, 2025

ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

July 21, 2025
Latest News

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 21, 2025

ଟ୍ରମ୍ପ୍ ଙ୍କ ଦାବିର ପର୍ଦ୍ଦାଫାସ କଲେ ପାକ୍ ବିଶେଷଜ୍ଞ: ଭାରତର ଅପରେସନ୍ ସିନ୍ଦୂର ଉପରେ କହିଲେ ଗୁରୁତ୍ୱପୂର୍ଣ୍ଣ କଥା

July 21, 2025

ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ଅଡୁଆରେ କଂଗ୍ରେସ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.