ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋନଭଦ୍ରା ଗସ୍ତ କରିଥିଲେ । ସେଠାରେ ପୀଡ଼ିତ ପରିବାରକୁ ଭେଟିବା ସହିତ ମୃତକଙ୍କ ପରିବାରକୁ ୧୮.୫ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାରକୁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶିର ଘୋଷଣା କରିଛନ୍ତି । ଏହି ଘଟଣାର ୧୦ ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ ହେବ ଏବଂ ଏଇ ଆଧାରରେ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ କହିଛନ୍ତି ।ଜମିବିବାଦକୁ ନେଇ ଉତ୍ତରପ୍ରଦେଶର ସୋନଭଦ୍ରାରେ ୧୦ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହାକୁ ନେଇ ରାଜନୈତିକ ପାଣିପାଗ ବେଶ୍ ଉଷ୍ମ ରହିଛି। ଯୋଗୀଙ୍କ ପୂର୍ବରୁ ୟୁପିଏ ମହାସଚିବ ପ୍ରିୟଙ୍କା ଗାନ୍ଧି ସୋନଭଦ୍ରା ଗ୍ରସ୍ତ କରିଥିଲେ । ପ୍ରଥମେ ତାଙ୍କ ଗସ୍ତକୁ ଅନୁମତି ଦିଆଯାଇନଥିବାବେଳେ ପ୍ରିୟଙ୍କା ଏନେଇ ଧାରଣାରେ ବସିଥିଲେ । ପରେ ସେ ପୀଡ଼ିତ ପରିବାରଙ୍କୁ ଭେଟିବା ସହିତ ପୀଡ଼ିତଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।
Tags: