ବଲିଉଡ଼ ହ୍ୟାଣ୍ଡସମ୍ ହ୍ରିତିକ ରୋଶନଙ୍କ ଫିଲ୍ମ “ସୁପର ୩୦” ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି । ରିଲିଜ ହେବାର ତିନି ଦିନରେ ୫୦କୋଟି ଆୟ କରିଥିବା ହ୍ରିତିକ ରୋଶନଙ୍କ ଏହି ସିନେମା ଖୁବଶୀଘ୍ର ୧୦୦କୋଟି କ୍ଲବରେ ପାଦ ଥାପିବ ବୋଲି ଆଶା କରାଯାଉଛି । ବଲିଉଡ଼ ଡ୍ରାମା ଫିଲ୍ମ “ସୁପର ୩୦” ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ହୋଇଛି । ଏହି ଫିଲ୍ମରେ ହ୍ରିତିକଙ୍କ ମୃଣାଲ ଠାକୁର , ପଙ୍କଜ ତ୍ରିପାଠୀ ଓ ଅମିତ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହି ଫିଲ୍ମକୁ ୟୁପି, ବିହାର ଓ ରାଜସ୍ଥାନରେ ଟ୍ୟାକ୍ସ ଫ୍ରି କରାଯାଇଛି । ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୮୮.୯୦କୋଟି ଆୟ କରିଛି ।