Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ନିର୍ମାଣ ନିଗମର ୬୩ ତମ ପ୍ରତିଷ୍ଠା ଦିବସରେ ଘୋଷଣା ହେଲା….
ଆଜିର ଖବର

ଓଡ଼ିଶା ନିର୍ମାଣ ନିଗମର ୬୩ ତମ ପ୍ରତିଷ୍ଠା ଦିବସରେ ଘୋଷଣା ହେଲା….

May 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ନିର୍ମାଣ ନିଗମର ୬୩ ତମ ପ୍ରତିଷ୍ଠା ଦିବସରେ ଘୋଷଣା ହେଲା....

ଭୁବନେଶ୍ବର: ଓଡିଶା ନିର୍ମାଣ ନିଗମ  ଲିମିଟେଡ୍ ( ଓସିସିଏଲ ), ଭୁବନେଶ୍ୱରର ୬୩ ତମ ପ୍ରତିଷ୍ଠା ଦିବସ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମ ତରଫରୁ ନିଗମର କାର୍ଯ୍ୟ ଏବଂ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ କୁ ଲକ୍ଷ୍ୟ ରଖି  ଏବଂ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱ ପୂର୍ଣ୍ଣ କର୍ମଶାଳାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଉଦଘାଟନ କରିଥିଲେ।

ଉନ୍ନୟନ କମିଶନର ତଥା ଓସିସିଏଲ ଅଧ୍ୟକ୍ଷା ଶ୍ରୀମତୀ ଗର୍ଗ ଓସିସିଏଲର ଟିମକୁ ସେମାନଙ୍କର ସଫଳତା ପାଇଁ ପ୍ରଶଂସା କରିବା ସହିତ ନିଗମର ଭବିଷ୍ୟତ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ନିଗମର କାର୍ଯ୍ୟ ଦକ୍ଷତାକୁ ଆହୁରି ବୃଦ୍ଧି କରିବା ପାଇଁ ଯାନ୍ତ୍ରିକ ବିଶେଷଜ୍ଞଙ୍କ ସହିତ ନିଗମର ପରିଚାଳନା କ୍ଷେତ୍ରରେ ନିରନ୍ତର ପରାମର୍ଶ କରିବାର ଆବଶ୍ୟକତା ରହିଛି।

ଅନ୍ୟ ପଡ଼ୋଶୀ ରାଜ୍ୟ ତୁଳନାରେ ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ଜାହିର କରିବାକୁ ସଫଳତାରେ ଆହୁରି ଉନ୍ନତି କରିବାକୁ ସେ ଓସିସିଏଲକୁ  ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଓସିସିଏଲ ଏହାର ମୁଖ୍ୟ କାର୍ଯ୍ୟ ଭାବେ ଜଳ ସଂପଦ ବିଭାଗର କାର୍ଯ୍ୟ କରିବା ସହିତ ଓଡ଼ିଶା, ରାଜ୍ୟ ବାହାରେ  ଏବଂ ଅନ୍ୟ ବିଭିନ୍ନ ବିଭାଗର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ଗୁଣାତ୍ମକ କାର୍ଯ୍ୟ କରି ନିରନ୍ତରତା ବଜାୟ ରଖିଛି ।

ଓସିସିଏଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଭୂତି ଭୂଷଣ ଦାଶ ଓସିସିଏଲ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲ ଯେ,  ୧୯୬୨  ମସିହାରେ  ସ୍ଥାପନ ପରଠାରୁ  ନିଗମ ନିରନ୍ତର ଭାବରେ ଏହାର ପ୍ରଦର୍ଶନରେ  ଉଲ୍ଲେଖନୀୟ ସଫଳତା ହାସଲ କରିଆସୁଛି। ରାଜ୍ୟର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାର ସଫଳତା ଓ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ସେ ଆଲୋକପାତ  କରିଥିଲେ।

ଆୟୋଜିତ କର୍ମଶାଳାରେ  ଆଗାମୀ ଦିନରେ ନିଗମ କିପରି  ଏକ ଦୃତ  ପ୍ରଗତିଶୀଳ  ସଂସ୍ଥା ଭାବେ ଏହାର ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ଜାହିର କରିବ, ସେ ସଂପର୍କରେ ବିଶେଷଜ୍ଞ ତଥା ବକ୍ତାମାନେ ଆଲୋକପାତ କରିଥିଲେ ।  ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଚନ୍ଦ୍ରଶେଖର ପାଢୀ, ଇଂଜିନିୟରିଂ ସଂସ୍ଥାର ବିଶ୍ୱ ସଂଗଠନ ଉପ ସଭାପତି ଇଂ. ଅଶୋକ ବାସା, ଓସିସିଏଲର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ଇଂ. ଅସୀମ କୁମାର ମହାପାତ୍ର, ଓୟୁଟିଆର ର କୂଳପତି ପ୍ରଫେସର ଇଂ ବିଭୂତି ଭୂଷଣ ବିଶ୍ୱାଳ, ଆଇଆଇଟି,ଭୁବନେଶ୍ୱରର  ପ୍ରଫେସର ଡଃ. ଶରତ ପଣ୍ଡା, ଆଇଆଇଆଇଟିର କମ୍ପ୍ୟୁଟର ବିଜ୍ଞାନ ପ୍ରଫେସର ଡଃ. ବିଭୁତି ମିଶ୍ର ପ୍ରମୁଖ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ।

ସେହିପରି  ଆଲୋଚନା ଚକ୍ରର ଅନ୍ୟ ଏକ ଅଧିବେଶନରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଓସିସିଏଲର ଅନ୍ୟ ସଦସ୍ୟ ମାନେ ଯୋଗଦେଇ ଓସିସିଏଲର କାର୍ଯ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓସିସିଏଲ ନିର୍ମାଣକାର୍ଯ୍ୟ କ୍ଷେତ୍ରରେ ଅଭିନବତ୍ୱ ଓ ଉତ୍କର୍ଷତା ପ୍ରତିପାଦନ କରି  ଜାତୀୟସ୍ତରରେ ଏହାର ପରିଚିତିକୁ ସୂଦୃଢ କରିବାର ଆଭିମୁଖ୍ୟ ସଂପର୍କରେ ପ୍ରତିଷ୍ଠା ଦିବସରେ ଆଲୋକପାତ କରାଯାଇଥିଲା।

ପ୍ରକାଶ ଥାଉକି, ୧୯୬୨ ରେ ସ୍ଥାପିତ, ଓସିସିଏଲ   ହେଉଛି ଓଡିଶା ସରକାରର ଏକ ଉଦ୍ୟୋଗ,  ଯାହା ରାଜ୍ୟରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛି। ଷାଠିଏ ଦଶନ୍ଧି ଧରି ଓସିସିଏଲ  ସଫଳତାର ସହିତ ଜଳସେଚନ, ଶକ୍ତି, ଶିଳ୍ପ, ସଡକ ଓ କୋଠାବାଡି ଆଦି ଭିତ୍ତିଭୂମି ବିକାଶ କରି ଓଡିଶାର ପ୍ରଗତି ଓ ସମୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସିଛି।

ଓଡିଶା ନିର୍ମାଣ ନିଗମ
Share. Facebook Twitter LinkedIn Email WhatsApp Copy Link

Related Posts

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀର ଆତ୍ମହତ୍ୟା

April 8, 2026
Latest News

Assembly Election 2026: କେରଳରେ ସତ୍ତା ପରିବର୍ତ୍ତନର ସଂକେତ

April 8, 2026

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.