Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ମାସିକ ୧ହଜାର ଟଙ୍କାର ଷ୍ଟାଇପେଣ୍ଡ ସହ ନିଯୁକ୍ତି ଭିତ୍ତିକ ତାଲିମର ସୁଯୋଗ
ଆଜିର ଖବର

ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ମାସିକ ୧ହଜାର ଟଙ୍କାର ଷ୍ଟାଇପେଣ୍ଡ ସହ ନିଯୁକ୍ତି ଭିତ୍ତିକ ତାଲିମର ସୁଯୋଗ

May 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏକ ଅଭିନବ ସୁଯୋଗ ଆଣିଛି। ଏସସି/ଏସଟି ବର୍ଗର ଚାକିରି ଆଶାୟୀ ପ୍ରାର୍ଥୀମାନେ ଏଠାରେ ସ୍ୱତନ୍ତ୍ର ତାଲିମ, ଓ’ଲେଭଲ୍‌ ସଫ୍ଟୱେର ତାଲିମ, ଓ’ ଲେଭଲ ବର୍ଷିକିଆ କମ୍ପ୍ୟୁଟର ହାର୍ଡୱେର ତାଲିମ (ସିଏଚଏମ), ଅଫିସ ଅଟୋମେସନ, ଆକାଉଣ୍ଟିଂ ଓ ପବ୍ଲିଶିଂ ଆସିଷ୍ଟାଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଓ ବିଜନେସ ଆକାଉଣ୍ଟିଂ ଆସୋସିଏଟ୍‌, ସାଇବର ସିକ୍ୟୁର୍‌ଡ୍‌ ୱେବ୍‌ ଡେଭଲପେମେଣ୍ଟ ଆସୋସିଏଟ୍‌ ପ୍ରୋଗ୍ରାମରେ ପ୍ରଶିକ୍ଷଣ ହାସଲ କରିପାରିବେ।

ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ତାଲିମ ଦିଆଯିବା ସହିତ ମାସିକ ୧୦୦୦ ଟଙ୍କାର ଷ୍ଟାଇପେଣ୍ଡ ମିଳିବ। ୧୮ରୁ ୩୦ ବର୍ଷ ବୟସର ପ୍ରାର୍ଥୀ ଯେଉଁମାନଙ୍କର ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ ସେମାନେ ଏହାର ଲାଭ ପାଇପାରିବେ। ଏଥିପାଇଁ ଆଶାୟୀମାନେ www.ncs.gov.in ଏବଂ www.dge.gov.in ପରିଦର୍ଶନ କରିବା ସହିତ ଏସସି/ଏସଟିଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଭୁବନେଶ୍ୱରରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ।

ଏହି ତାଲିମ ପାଠ୍ୟକ୍ରମ ପାଇଁ ଆବେଦନର ଶେଷ ତାରିଖ ଆସନ୍ତା ଜୁନ୍‌ ୧୬ ତାରିଖ ହୋଇଥିବା ବେଳେ ତାଲିମ ଜୁଲାଇ ପହିଲାରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ୱର ଗଣ୍ଡମୁଣ୍ଡା ପୋଖରୀପୁଟ ସ୍ଥିତ ମଧୁସୂଦନ ପାର୍କ ସାମ୍ନା ଏସସି/ଏସଟିଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ।

ନିଯୁକ୍ତି ଭିତ୍ତିକ ତାଲିମ ଭାରତ ସରକାର ଭୁବନେଶ୍ୱର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Latest News

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.