Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ସମ୍ମିଳନୀକୁ ଉଦଘାଟନ କଲେ ରାଜ୍ୟପାଳ କମ୍ଭମ୍‌ପାଟି
ଆଜିର ଖବର

ଜାତୀୟ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ସମ୍ମିଳନୀକୁ ଉଦଘାଟନ କଲେ ରାଜ୍ୟପାଳ କମ୍ଭମ୍‌ପାଟି

May 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
coast account
ଜାତୀୟ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ସମ୍ମିଳନୀକୁ ଉଦଘାଟନ କଲେ ରାଜ୍ୟପାଳ କମ୍ଭମ୍‌ପାଟି

ଭୁବନେଶ୍ୱର: କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍‌ମାନେ ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୩ ତାରିଖ ଦିନ ସୋଆ ବିଶ୍ୱ ବିଦ୍ୟାଳୟର ଅଡ଼ିଟୋରିୟମ୍‌ଠାରେ ଆୟୋଜିତ ୬୨ତମ ଜାତୀୟ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।

ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଭାରତ ୫ଟ୍ରିଲିୟନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ ଆଡକୁ ଅଗ୍ରସର ହେଉଥିବାବେଳେ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟାଂଟ୍‌ମାନଙ୍କର ଭୂମିକା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଶ୍ୱ ଏକ ଅଭୁତପୂର୍ବ ଗତିରେ ବିକଶିତ ହେଉଛି । କୃତ୍ରିମ ବୁଦ୍ଧିମତା ଠାରୁ ଡାଟା ଆନାଲିଟିକ୍ସ୍ ପର୍ଯ୍ୟନ୍ତ, ପ୍ରଯୁକ୍ତି ବିଦ୍ୟା ବ୍ୟବସାୟ ପରିଚାଳନାକୁ ରୂପଦେବା, ବିଶ୍ୱ ଗତିଶୀଳତା କ୍ଷେତ୍ରରେ ଆହ୍ୱାନର ମୁକାବିଲା ପାଇଁ ବୃତ୍ତିଧାରୀମାନଙ୍କର ଆବଶ୍ୟକତା ରହିଛି, ଯେଉଁମାନେ ନେତୃତ୍ୱ ନେଇ ପାରିବେ ।

ଏ କ୍ଷେତ୍ରରେ ଆପଣମାନଙ୍କର ବିଶେଷଜ୍ଞତା କେବଳ ମୂଲ୍ୟବାନ ନୁହେଁ, ବରଂ ଅପରିହାର୍ଯ୍ୟ । ବର୍ତ୍ତମାନ ବ୍ୟବସାୟରେ କାର୍ଯ୍ୟକଳାପ ଆଧାରିତ ମୂଲ୍ୟ ଏବଂ ଲିଂକ୍ ଆକାଉଟି୍‌ଂ ଭଳି ନିୟନ୍ତ୍ରଣ କୌଶଳକୁ ଗ୍ରହଣ କରାଯାଉଛି । ଏହି ପରିବର୍ତ୍ତନ ବଜେଟିଂ ଏବଂ ପୂର୍ବାନୁମାନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଂଟ୍ ଆକାଉଟିଂ ପାଇଁ ବର୍ଦ୍ଧିତ ଚାହିଦା ସୃଷ୍ଟି କରିଛି ବୋଲି ରାଜ୍ୟପାଳ କହିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ, ସବୁଜ ଅର୍ଥନୀତି, କାର୍ବନ ଫୁଟ୍ ପ୍ରିଟଂ୍ ଆକାଉଟିଂ ଏବଂ ଇ.ଏସ୍‌.ଜି. କାର୍ଯ୍ୟଧାରା ମୂଲ୍ୟାଙ୍କନରେ ଭାରତୀୟ କଷ୍ଟ୍ ଆକାଉଟାଂଟ୍ ସଂସ୍ଥାର ପ୍ରୟାସକୁ ପ୍ରଶଂସା କରିଥିଲେ ।

ଏତଦ୍‌ବ୍ୟତୀତ କଷ୍ଟ୍ ଆଣ୍ଡ୍ ମ୍ୟାନେଜମେଟ୍‌ଂ ଆକାଉଟାଂଟ୍‌ମାନଙ୍କର ପଦକ୍ଷେପ ଗୁଡ଼ିକ ଆତ୍ମ ନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଜାତୀୟ ପ୍ରାଥମିକତା ବିଷୟ ସହିତ ସମନ୍ୱିତ କରୁଛି ବୋଲି କହିଥିଲେ ।

ଓଡ଼ିଶା ଏହାର ସମୃଦ୍ଧ ଶିଳ୍ପ, ପ୍ରଗତିଶୀଳନୀତି ଏବଂ ଶିକ୍ଷା ଉପରେ ଧ୍ୟାନ ସହିତ ଭାରତର ଅଭିବୃଦ୍ଧିରେ ଏକ ଶକ୍ତିଶାଳୀ କେନ୍ଦ୍ର ଭାବେ ଉଭା ହୋଇଛି । ଆଇ.ସି.ଏମ.ଏ ଆଇ ଏବଂ ଓଡ଼ିଶାର ଇକୋ ସିଷ୍ଟମ୍ ମଧ୍ୟରେ ସହଯୋଗର ଅପାର ସମ୍ଭାବନା ରହିଛି । ଆପଣମାନେ ଏମ୍‌.ଏସ୍‌.ଏମ୍‌.ଇ.କୁ ସହଯୋଗ କରି ଦକ୍ଷତା ବୃଦ୍ଧି କରିପାରିବେ । ଦକ୍ଷତା ବୃଦ୍ଧି ଏବଂ ନବସୃଜନ ପ୍ରତି ଆପଣମାନଙ୍କର ପ୍ରତିବଦ୍ଧତା ଭବିଷ୍ୟତ ପୀଢ଼ି ପାଇଁ ସ୍ଥିରତା ଏବଂ ଉତ୍କର୍ଷତାର ଐତିହ୍ୟ ଗଠନ କରିପାରିବ ବୋଲି ରାଜ୍ୟପାଳ କହିଥିଲେ ।

ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଇଣ୍ଡିଆନ୍ ରିନ୍ୟୁଏବଲ୍ ଏନର୍ଜି ଡେଭେଲପମେଂଟ ଏଜେନ୍ସି ଲିଃର ଚେୟାରମ୍ୟାନ ଓ ମ୍ୟାନେଜିଂ ଡିରେକ୍ଟର ପ୍ରଦୀପ କୁମାର ଦାସ, ଓପିଜିସି ଲିଃର ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଆଇସିଏମ୍‌ଏଆଇର ଅଧ୍ୟକ୍ଷ ତଥା ଚିଫ୍ ପାଟ୍ରନ ବିଭୁତି ଭୂଷଣ ନାୟକ, କାଉନସିଲ୍ ମେମ୍ବର ତଥା କନ୍‌ଭେନର ମନୋଜ କୁମାର ଆନନ୍ଦ ଓ ବିନୟ ରଂଜନ ପି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଏନ୍‌ସିଏମ୍‌ଏସିର ଚେୟାରମ୍ୟାନ ଶ୍ରୀନିବାସ ପ୍ରସାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ପରେ ବାଂଲାଦେଶ: ୧୯ ବର୍ଷରୁ କମ୍ ବିଶ୍ୱକପରେ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

January 17, 2026

କଂଗ୍ରେସ ଉପରେ ୧୨ ଲକ୍ଷ କୋଟିର ଦୁର୍ନୀତିର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ 

January 17, 2026

ବାଜିରେ ଟିମ୍ ଇଣ୍ଡିଆର ଅତୁଟ ରେକର୍ଡ: ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଜିତିବ କି ନ୍ୟୁଜିଲ୍ୟାଣ୍ଡ?

January 17, 2026

‘ବିଏଲଓ ଙ୍କର ଆତ୍ମହତ୍ୟା ନୁହେଁ, ହତ୍ୟା’: ଟିଏମସି ଉପରେ ଗୁରୁତର ଅଭିଯୋଗ ଆଣିଲେ ପୁରୀ ସାଂସଦ

January 17, 2026
Latest News

ପାକିସ୍ତାନ ପରେ ବାଂଲାଦେଶ: ୧୯ ବର୍ଷରୁ କମ୍ ବିଶ୍ୱକପରେ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

January 17, 2026

କଂଗ୍ରେସ ଉପରେ ୧୨ ଲକ୍ଷ କୋଟିର ଦୁର୍ନୀତିର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ 

January 17, 2026

ବାଜିରେ ଟିମ୍ ଇଣ୍ଡିଆର ଅତୁଟ ରେକର୍ଡ: ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଜିତିବ କି ନ୍ୟୁଜିଲ୍ୟାଣ୍ଡ?

January 17, 2026

‘ବିଏଲଓ ଙ୍କର ଆତ୍ମହତ୍ୟା ନୁହେଁ, ହତ୍ୟା’: ଟିଏମସି ଉପରେ ଗୁରୁତର ଅଭିଯୋଗ ଆଣିଲେ ପୁରୀ ସାଂସଦ

January 17, 2026

“ଅତି କମରେ ୧ କୋଟି ଜୀବନ ବଞ୍ଚିଛି”: ପୁଣି ଥରେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେଲେ ଟ୍ରମ୍ପ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.