ଇଂଲଣ୍ଡ ଗଲା ଢେଙ୍କାନାଳର ଆମ୍ରପଲ୍ଲି ଆମ୍ବ, ଖୁବ ଶିଘ୍ର ଅନ୍ୟ ଦେଶକୁ ପଠାଇବ କୃଷି ବିଭାଗ

Published: May 24, 2025, 5:51 pm IST
MangoDhenkanala

ଭୁବନେଶ୍ବର: ଢେଙ୍କାନାଳର ପ୍ରସିଦ୍ଧ ଆମ୍ରପଲ୍ଲୀ ଆମ୍ବ ଏବଂ ଇଂଲଣ୍ଡ ବଜାରକୁ ମହକାଇବ। ରାଜ୍ୟ କୃଷି ବିଭାଗର ସହଯୋଗରେ ଏହି ମିଠା ଆମ୍ବକୁ ଏଥର ଇଂଲଣ୍ଡ ପଠାଯାଇଛି। ତିନିଦିନରେ ପ୍ରାୟ ପାଞ୍ଚ ମେଟ୍ରିକ ଟନ ଆମ୍ବ ବିଦେଶକୁ ରପ୍ତାନୀ କରାଯାଇଛି। ଯାହା ଓଡିଶା ଆମ୍ବ ଚାଷୀଙ୍କ ପାଇଁ ଏକ ଖୁସି ଖବର।

ଗତ ବର୍ଷ ମଧ୍ୟ ଢେଙ୍କାନାଳର ଏହି ଆମ୍ବକୁ ବିଦେଶ ପଠାଯାଇଥିଲା। ସେଠାରେ ଲୋକଙ୍କର ଚାହିଦା ବଢିବା ପରେ ଏଥର ଇଂଲଣ୍ଡ ପଠାଯାଇଛି। ସେହିପରି ଏହି ଆମ୍ବକୁ ଏଥର ରୋମ, ଭ୍ୟାନିସ, ବୀରମଗାହମ ପ୍ରଭୃତି ଦେଶକୁ ପଠାଯିବାର ଲକ୍ଷ୍ୟ ରଖାଯାଇଛି। ଆମ୍ବ ସହିତ ବେଲ, ତାଳ, ପଣସ ଏବଂ ଛୁଇଁ କୁ ମଧ୍ୟ ବିଦେଶ ପଠାଇବା ପାଇଁ ରାଜ୍ୟ କୃଷି ବିଭାଗ ଲକ୍ଷ୍ୟ ରଖିଛି।

Related posts