Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ସାବିତ୍ରୀ ବ୍ରତ ସ୍ପେସିଆଲ ଫିଲ୍ମ ‘ସତ୍ୟବାନର ସ୍ଵର୍ଗଯାତ୍ରା’
ଆଜିର ଖବର

ଆଜି ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ସାବିତ୍ରୀ ବ୍ରତ ସ୍ପେସିଆଲ ଫିଲ୍ମ ‘ସତ୍ୟବାନର ସ୍ଵର୍ଗଯାତ୍ରା’

May 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ, ଜୀ ସାର୍ଥକ ସବୁବେଳେ ଓଡ଼ିଆଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ବାସ୍ତବବାଦୀ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି ଏହି ଚ୍ଯାନେଲ। ସେହିପରି ଏକ ହାସ୍ୟଭରା ଓ ମନୋରଞ୍ଜନ ଭିତ୍ତିକ କାହାଣୀକୁ ନେଇ ଆସୁଛି ଫିଲ୍ମ ‘ସତ୍ୟବାନର ସ୍ଵର୍ଗଯାତ୍ରା’ କେବଳ ଜୀ ସାର୍ଥକରେ ଆଜି ସନ୍ଧ୍ୟା ୬:୩୦ରେ।

ସବିତା ଏବଂ ସତ୍ୟବାନ ପାଞ୍ଚ ବର୍ଷ ଧରି ବିବାହିତ ହେଲେ ମଧ୍ୟ ଛୋଟ ଛୋଟ କଥା ପାଇଁ ତାଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗିରୁହେ । ଥରେ ସବିତା ଏକ ଟେଲିଭିଜନ ଚାନେଲର ଲୋକପ୍ରିୟ ରିଆଲିଟି ସୋ, ‘ ସାବିତ୍ରୀ ନମ୍ବର-୧ ‘ ପ୍ରତିଯୋଗିତାରେ ଭାଗ ନିଅନ୍ତି ଓ ଜିତିବାରେ ସାହାଯ୍ୟ କରିବାକୁ ସତ୍ୟବାନକୁ ଅନୁରୋଧ କରନ୍ତି ଏବଂ ପ୍ରତିଯୋଗିତାର ଆବଶ୍ୟକୀୟ ଜିନିଷଗୁଡ଼ିକର କିଣିବା ପାଇଁ ଏକ ଲମ୍ବା ତାଲିକା ଦିଅନ୍ତି। ଏପଟେ ସତ୍ୟବାନ ଏଇ ସବୁ କାମ କରିବା ଭିତରେ ବହୁତ ହତାଶ ଅନୁଭବ କରନ୍ତି ଏବଂ ମାନେ ମାନେ ଭାବନ୍ତି ଯେ ସେ ସାବିତ୍ରୀଙ୍କ ସତ୍ୟବାନ ପରି ବଞ୍ଚିବା ଅପେକ୍ଷା ମରିବାଟା ଭଲ। ଠିକ୍ ସେହି ସମୟରେ ସେଇ ବାଟ ଦେଇ ଯାଉଥିବା ଯମର ଦୂତମାନେ, ସତ୍ୟବାନଙ୍କ ଆତ୍ମାକୁ ଯମପୁରୀକୁ ନେଇଯାଆନ୍ତି ଓ ପ୍ରକୃତ କାହାଣୀ ସେତେବେଳେ ଆରମ୍ଭ ହୁଏ। ତେବେ କଣ ହେବ ସତ୍ୟବାନ ଓ ସବିତାଙ୍କର। ସତ୍ୟବାନ କଣ ଫେରିବେ ମର୍ତ୍ୟକୁ? ସବିତା କଣ ପ୍ରକୃତ ଜୀବନର ସାବିତ୍ରୀ ହୋଇପାରିବେ ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ଅଜୟ ରଥଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସତ୍ୟବାନର ସ୍ଵର୍ଗଯାତ୍ରା’ ଆଜି ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବରେ ଶ୍ରିଜୀତ ଓ ନାୟିକା ଭାବରେ ଅନନ୍ୟା ନଜର ଆସିବେ। ସିନେମାରେ ସଂଗୀତ ଦାୟିତ୍ୱ ପ୍ରଶାନ୍ତ ପାଢୀ ସମ୍ଭାଳିଥିବା ବେଳେ ବିଷ୍ଣୁ ମୋହନ କବି, ସ୍ଵୟମ ପାଢୀ ଓ ଅର୍ପିତା ଚୌଧୁରୀଙ୍କ ପରି ଲୋକପ୍ରିୟ କଳାକାରମାନେ କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ କାହାଣୀ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା ଓ ମାନସ ମଲ୍ଲିକ।

ତେବେ ଫିଲ୍ମକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ସେ କହିଛନ୍ତି ଯେ ଏହି କାହାଣୀ ଓଡ଼ିଶାର ସମସ୍ତ ନାରୀ ମାନଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ ସହ ଭରପୁର ମନୋରଞ୍ଜନ ଯୋଗାଇବ।

ଜୀ ସାର୍ଥକ ସତ୍ୟବାନର ସ୍ଵର୍ଗଯାତ୍ରା ସାବିତ୍ରୀ ବ୍ରତ ସ୍ପେସିଆଲ ଫିଲ୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

January 19, 2026

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026

ବିଜେପି ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହେଲେ ନୀତିନ ନବୀନ

January 19, 2026
Latest News

ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

January 19, 2026

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ଭାରତ-ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା, ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଏମ୍ଓୟୁ ସ୍ଵାକ୍ଷର

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026

ବିଜେପି ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହେଲେ ନୀତିନ ନବୀନ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.