Savitri Brata 2025: ଆସନ୍ତାକାଲି ସାବିତ୍ରୀ ବ୍ରତ, ଜାଣନ୍ତୁ କେତେବେଳେ ରହିଛି ଶୁଭ ମୁହୁର୍ତ୍ତ

Published: May 25, 2025, 7:36 pm IST
Sabitri

Savitri Brata 2025: ବୈଦିକ କ୍ୟାଲେଣ୍ଡର ଅନୁସାରେ, ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ପବିତ୍ର ତିଥିରେ, ବଟବୃକ୍ଷକୁ ପୂଜା କରାଯାଏ ଏବଂ ଉପବାସ ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ବ୍ରତ ପାଳନ କରିବା ଦ୍ୱାରା ସ୍ୱାମୀଙ୍କୁ ଦୀର୍ଘ ଜୀବନ ମିଳିଥାଏ ଏହି ଦିନରେ ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ଅଛି।

ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ଉପବାସର ତାରିଖ ଏବଂ ଶୁଭ ସମୟ

ବୈଦିକ କ୍ୟାଲେଣ୍ଡର ଅନୁସାରେ, ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ମେ ୨୬ ତାରିଖ ସୋମବାର ଦିନ ମଧ୍ୟାହ୍ନ ୧୨:୧୧ ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ମେ ୨୭ ତାରିଖ ସକାଳ ୦୮:୩୧ ରେ ଶେଷ ହେବ। ସେଥିପାଇଁ ୨୬ ମଇ ୨୦୨୫ ତାରିଖ ରେ ସାବିତ୍ରୀ ବ୍ରତ ପାଳନ କରାଯିବ।

ସୂର୍ଯ୍ୟୋଦୟ – ସକାଳ ୦୫:୨୭ ରେ

ସୂର୍ଯ୍ୟାସ୍ତ – ସନ୍ଧ୍ୟା ୦୭:୧୧

ବ୍ରହ୍ମ ମୁହୂର୍ତ୍ତ – ସକାଳ ୦୪:୦୩ ରୁ ସକାଳ ୦୪:୪୪ ପର୍ଯ୍ୟନ୍ତ

ବିଜୟ ମୁହୂର୍ତ୍ତ – ଅପରାହ୍ନ ୦୨:୩୬ ରୁ ଅପରାହ୍ନ ୦୩:୩୧ ପର୍ଯ୍ୟନ୍ତ

ଗୋଧୂଳି ସମୟ – ସନ୍ଧ୍ୟା ୦୭:୧୬ ରୁ ସନ୍ଧ୍ୟା ୦୭:୩୬ ପର୍ଯ୍ୟନ୍ତ

ନିଶିତା ମୁହୁର୍ତ୍ତ – ରାତି ୧୧:୫୮ ରୁ ୧୨:୩୯ ପର୍ଯ୍ୟନ୍ତ

ଅଭିଜିତ୍ ମୁହୁର୍ତ୍ତ – ସକାଳ ୧୧:୫୨ ରୁ ୧୨:୪୮ ପର୍ଯ୍ୟନ୍ତ

ସାବିତ୍ରୀ ବ୍ରତ ଦିନ, ସକାଳ ୮:୫୨ ରୁ ୧୦:୨୫ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ଗଠନ ହେଉଛି। ଏହା ବ୍ୟତୀତ ଅଭିଜିତ୍ ମୁହୂର୍ତ୍ତ ସକାଳ ୧୧:୫୧ ରୁ ମଧ୍ୟାହ୍ନ ୧୨:୪୬ ପର‌୍ୟ୍ୟନ୍ତ ରହିବ। ସେହିପରି ସାବିତ୍ରୀ ବ୍ରତ ଦିନ, ଅପରାହ୍ନ ୩:୪୫ ରୁ ୫:୨୮ ପର୍ଯ୍ୟନ୍ତ ପୂଜା ପାଇଁ ଏକ ଶୁଭ ସମୟ ରହିଛି। ଏହି ସମୟ ମଧ୍ୟରେ ଆପଣ ପୂଜା କରିପାରିବେ।

Related posts