ଭାରତ ଏବଂ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ଇତିହାସ ପୃଷ୍ଠାରେ ନିଜର ନାମ ଲିପିବଦ୍ଧ କରିଛି। ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-2। ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-2 ଉତକ୍ଷେପଣ କରି ନୂଆ ଇତିହାସ ସୃଷ୍ଟି କରିଛି। ନିର୍ଦ୍ଧାରିତ ସମୟ ସୋମବାର ଠିକ୍ ଅପରାହ୍ନ 2.43ରେ ମହାକାଶ ଯାନ ଜିଏସଏଲଭି ଏମକେ-3 ଚନ୍ଦ୍ରଯାନ-2କୁ ନେଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଚନ୍ଦ୍ରଯାନ-2 ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ଯାଉଛି, ଯେଉଁଠି ଆଜି ପର୍ଯ୍ୟନ୍ତି କେହି ପହଞ୍ଚିପାରି ନାହାନ୍ତି। ଆସନ୍ତା ସେପ୍ଟେମ୍ବର 7 ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଅବତରଣ ପରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ 4ର୍ଥ ଦେଶ ହେବ। ଚନ୍ଦ୍ରଯାନ-2ରେ 3ଟି ମଡ୍ୟୁଲ ଯଥା ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ ରୋଭର ମହାକାଶକୁ ପ୍ରେରଣ କରାଯାଇଛି। ଲ୍ୟାଣ୍ଡରଟିର ନାଁ ବିକ୍ରମ ରଖାଯାଇଥିବାବେଳେ ରୋଭରଟିର ନାଁ ପ୍ରଜ୍ଞାନ ରହିଛି।
ଇତିହାସରେ ସ୍ଥାନ ପାଇଲା ଇସ୍ରୋ : ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-2
Published:
Jul 22, 2019, 3:15 pm IST
Tags: