Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଲେ କୁଏତ ଉପପ୍ରଧାନମନ୍ତ୍ରୀ
ଆଜିର ଖବର

ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଲେ କୁଏତ ଉପପ୍ରଧାନମନ୍ତ୍ରୀ

May 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟରୁ ଗୋଟିଏ କୁଏତରେ ପହଞ୍ଚିଛି। ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଚତୁଃରାଷ୍ଟ୍ରୀୟ କୂଟନୈତିକ ଗସ୍ତରେ ଥିବା ବେଳେ ବାହାରିନ୍‌ ପରେ ଦ୍ୱିତୀୟ ରାଷ୍ଟ୍ର ଭାବେ କୁଏତରେ ପହଞ୍ଚିଥିଲା। କୁଏତ ସରକାରଙ୍କ ଶୀର୍ଷ ନେତା, ପ୍ରମୁଖ ବ୍ୟକ୍ତିବିଶେଷ ଓ ସଂଗଠନଙ୍କ ସହ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଛି।

ଏହି ପ୍ରତିନିଧି ମଣ୍ଡଳୀ କୁଏତର ଉପପ୍ରଧାନମନ୍ତ୍ରୀ ତଥା କ୍ୟାବିନେଟ୍‌ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶେରିଦା ଅବଦୁଲ୍ଲା ସାଦ୍‌ ଅଲ ମୌଶେର୍ଜିଙ୍କ ସହ ଫଳପ୍ରଦ ଆଲୋଚନା କରିଛି।  ପହଲଗାମ ଆତଙ୍କବାଦୀ ଆକ୍ରମଣ ସମେତ ଭାରତ ବିରୋଧରେ ଚାଲିଥିବା ସୀମାପାର ଆତଙ୍କବାଦ ସମ୍ପର୍କରେ ଭାରତର ପ୍ରତିନିଧିମାନେ କୁଏତ ଉପପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଜାମ୍ମୁକାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ସେଠାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି। ଭାରତୀୟ ପ୍ରତିନିଧିମାନେ ଭାରତର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଏବଂ ‘ନୂତନ ବାସ୍ତବିକତା’ ବିଷୟରେ ଅବଗତ କରାଇଥିଲେ। ସେମାନେ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ସଠିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ଜଣାଇଥିଲେ।

କୁଏତ ଉପପ୍ରଧାନମନ୍ତ୍ରୀ ଭାରତର ଦୃଷ୍ଟିକୋଣ ବିଷୟରେ ସୂଚନା ଦେଇଥିବାରୁ ଭାରତୀୟ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଆତଙ୍କବାଦକୁ କୌଣସି ପ୍ରକାର ଉଚିତ୍‌ ବୋଲି ଆଖ୍ୟା ଦିଆଯାଇପାରିବ ନାହିଁ ବୋଲି ସେ କହିଥିଲେ। ଉଭୟ ପକ୍ଷ ଆତଙ୍କବାଦର ସବୁ ସ୍ୱରୂପ ବିରୋଧରେ ଲଢ଼େଇ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ।

ପ୍ରତିନିଧି ଦଳ କୁୱେତରେ ଥିବା ବିଶାଳ ପ୍ରବାସୀ ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ଭାରତର ଜାତୀୟ ସହମତି ବିଷୟରେ ଜଣାଇଥିଲେ। ଆତଙ୍କବାଦ ବିରୁଦ୍ଧରେ ଭାରତର ସକାରାତ୍ମକ କାର୍ଯ୍ୟାନୁଷ୍ଠାନ, ବିଶେଷକରି ଅପରେସନ ସିନ୍ଦୂରକୁ ପ୍ରବାସୀ ଭାରତୀୟ ଦୃଢ଼ ସମର୍ଥନ କରିଥିଲେ।

କୁଏତର ଏକ ବୁଦ୍ଧିଜୀବୀ ସଂଗଠନ ରେକନାଏସେନ୍ସ ରିସର୍ଚ୍ଚ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଦିୱାନିଆ ଶୈଳୀର ମତବିନିମୟ କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିନିଧିମାନେ କୁଏତ ରାଜ ପରିବାରର ସଦସ୍ୟଙ୍କ ସମେତ ନାଗରିକ ସମାଜ, ପୂର୍ବତନ ମନ୍ତ୍ରୀ, ବରିଷ୍ଠ ସମ୍ପାଦକ, ବୁଦ୍ଧିଜୀବୀ, ଜନନେତାଙ୍କ ସହ ଆଲୋଚନା କରିଥିଲେ।

ଭାରତ-କୁଏତ ମଧ୍ୟରେ ଦୃଢ଼ ରଣନୀତିକ ସହଭାଗୀତା ଉପରେ ଆଲୋଚନା ସମୟରେ, ଭାରତୀୟ ଉପମହାଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ସୀମାପାର ଆତଙ୍କବାଦର ମୁକାବିଲା ପାଇଁ ଭାରତର ‘ନୂତନ ବାସ୍ତବିକତା’ ଆଭିମୁଖ୍ୟ ଉପରେ ଆଲୋଚନା ହୋଇଥିଲା। ଆତଙ୍କବାଦ ମାନବତା ବିରୋଧୀ ଏବଂ ସମସ୍ତ ସମ୍ଭାବ୍ୟ ଉପାୟରେ ଏହାର ମୁକାବିଲା କରାଯିବା ଆବଶ୍ୟକ ବୋଲି ଅଂଶଗ୍ରହଣକାରୀମାନେ ଏକମତ ହୋଇଥିଲେ।

ଅପରେସନ ସିନ୍ଦୂର ଆତଙ୍କବାଦୀ ଆକ୍ରମଣ କୁଏତ ପହଲଗାମ
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.