ବ୍ଲକ୍ ସ୍ତରୀୟ ଷ୍ଟାଡିୟମ ପ୍ରକଳ୍ପ ଓ ଚାଲୁଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ସଂପର୍କରେ ସ୍ୱତନ୍ତ୍ର ସମୀକ୍ଷା

Published: May 28, 2025, 6:09 pm IST

ଭୁବନେଶ୍ଵର: ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ସହିତ ତୃଣମୂଳସ୍ତରରୁ ରାଜ୍ୟ କ୍ରୀଡ଼ାର ବିକାଶ କରିବା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ଆଜି ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବସେବା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୂର୍ତ୍ତ ବିଭାଗ ଅଧୀନସ୍ଥ ଓବିସିସି ଦ୍ଵାରା ବ୍ଲକ୍ ସ୍ତରୀୟ ଷ୍ଟାଡିୟମ ପ୍ରକଳ୍ପ ଓ ଚାଲୁଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ସଂପର୍କରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିଥିଲେ।

ନିର୍ମାଣ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପରାମର୍ଶ ଦେଇଥିଲେ।

ଉକ୍ତ ବୈଠକରେ କ୍ରୀଡ଼ା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା, ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତାଙ୍କ ସମେତ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Related posts