
ଭୁବନେଶ୍ଵର: ପୂର୍ବତଟ ରେଳପଥର ୱାଲଟିୟର ମଣ୍ଡଳ ଅନ୍ତର୍ଗତ ଆରକୁ-କୋଟ୍ଟାଭାଲସା ସେକ୍ସନର ଚିମିଡିପାଲ୍ଲୀ ନିକଟରେ ଅପରାହ୍ନ ୧.୦୫ ଘଟିକା ସମୟରେ ଏକ ଲୁହା ପଥର ବୋଝେଇ ମାଲବାହୀ ଟ୍ରେନ୍ ର ୨୫ଟି ୱାଗନ୍ ଲାଇନଚ୍ୟୁତ ହୋଇଛି।
ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବରିଷ୍ଠ ରେଳ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏକ ସ୍ୱତନ୍ତ୍ର ରିଲିଫ୍ ଟ୍ରେନ୍ ଘଟଣା ସ୍ଥଳକୁ ପଠାଯାଇଛି। ଏହି ଲାଇନଟି ମୁଖ୍ୟତଃ ମାଲବାହୀ ଟ୍ରେନ ପାଇଁ ବ୍ୟବହୃତ। ବିଶାଖାପାଟଣା ଏବଂ କିରନ୍ଦୁଲ ମଧ୍ୟରେ କିଛି ଯାତ୍ରୀବାହୀ ଟ୍ରେନ୍କୁ ବିଜୟନଗରମ୍ ଓ ରାୟଗଡ଼ା ମାର୍ଗରେ ଗତି ପରିବର୍ତ୍ତନ କରାଯାଇଛି।
ଦ୍ରୁତ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସାଧନ ଓ ସମ୍ବଳ ନିୟୋଜିତ କରାଯାଇଅଛି।