
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଅଲିପୁରଦ୍ଵାରରେ କୋଟି କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ସହର ଗ୍ୟାସ ବଣ୍ଟନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି। ତାଙ୍କ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପାକିସ୍ତାନ ବୁଝିବା ଉଚିତ ଯେ, ଆମେ ତିନିଥର ପ୍ରବେଶ କରି ଆକ୍ରମଣ କରିଛୁ। ପ୍ରଧାନମନ୍ତ୍ରୀ ଅଲିପୁରଦ୍ଵାରରୁ ପାକିସ୍ତାନକୁ କଡ଼ା ଟାର୍ଗେଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଯଦି ଭାରତରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଶତ୍ରୁକୁ ଏହାର ଭାରୀ ମୂଲ୍ୟ ଦେବାକୁ ପଡ଼ିବ। ପାକିସ୍ତାନ ବୁଝିବା ଉଚିତ ଯେ, ଆମେ ତିନିଥର ଘରେ ପ୍ରବେଶ କରି ଆକ୍ରମଣ କରିଛୁ। ଆମେ ଶକ୍ତିକୁ ପୂଜା କରୁ। ଆମେ ଆତଙ୍କବାଦର ସେହି ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଲୁ ଯାହା ପାକିସ୍ତାନ କଳ୍ପନା ମଧ୍ୟ କରିନଥିଲା। ପାକିସ୍ତାନ ପାଖରେ ଆତଙ୍କବାଦ ବ୍ୟତୀତ ଆଉ କିଛି ନାହିଁ। ପାକିସ୍ତାନ କେବଳ ଆତଙ୍କବାଦକୁ ପୋଷଣ କରିଛି।”