ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ

Published: May 31, 2025, 4:54 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍ ଦିଲୀପ କୁମାର ଚୌଧୁରୀଙ୍କ ବାସଗୃହ ଓ କାର୍ଯ୍ୟାଳୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ ହୋଇଛି। ଏହି ଚଢାଉରେ ୩ ଜଣ ଡି ଏସ୍ ପି ଓ ୭ ଜଣ ନୀରିକ୍ଷକଙ୍କ ସହ ଅନେକ ବିଭାଗୀୟ କର୍ମଚାରୀମାନେ ଏକକାଳୀନ ୪ ଟି ସ୍ଥାନ ଯଥା ଧର୍ମ ନଗର ସ୍ଥିତ ବାସଭବନ, ମୟୁରୀ ବିହାରରେ ଥିବା ଏକ କୋଠା ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଓ ଭୁବନେଶ୍ବର ଶହୀଦ ନଗରରେ ଥିବା ଦାମୀକିଆ କୋଠା ଉପରେ ଚଢାଉ ଜାରୀ ରହିଛି। ବର୍ତ୍ତମାନ ସୁଦ୍ଧା ଆୟ ବହିର୍ଭୁତ ସମ୍ପତ୍ତିର ଆକଳନ ହୋଇନଥିବା ଜଣାପଡିଛି।

ସୁଚନା ଅନୁଯାୟୀ ଆସନ୍ତା କାଲି ଯନ୍ତ୍ରୀ ଚୌଧୁରୀ ଅବସର ନେବାକୁ ଥିବା ବେଳେ ଆଜି ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Related posts