ଉଦଘାଟିତ ହେଲା ଜଗନ୍ନାଥ ଏକ୍ସପ୍ରେସ,ଦେଶର ବିଭିନ୍ନ ଧର୍ମସ୍ଥାନକୁ କରିବ ଚଳାଚଳ, କେମିତି କରିବେ ବୁକିଂ

Published: Jun 4, 2025, 1:12 pm IST
ShreeJagnnath

ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ଜଗନ୍ନାଥ ଏକ୍ସପ୍ରେସ। ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟିତ କରିଛନ୍ତି। ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ବାରା ଏହି ବସ ସେବା ଆରମ୍ଭ ହୋଇଛି। ଏହି ବସରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଯାତ୍ରା କରିପାରିବେ।

ତେବେ ଏହି ବସ ସେବା ରାଜ୍ୟ ବାହାରକୁ ଚଳାଚଳ କରିବ। ସେଥିପାଇଁ ଓଏସଆରଟିସି ତରଫରୁ ସବୁ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ପୁରୀରୁ ଦେଶର ପ୍ରମୁଖ ଧାର୍ମିକପିଠଗୁଡିକୁ ଏହି ବସ ସଂଯୋଗ କରିବ। ବର୍ତ୍ତମାନ ଯେଉଁ ବାହାର ରାଜ୍ୟର ସ୍ଥାନଗୁଡିକ ପାଇଁ ସେବା ଆରମ୍ଭ ହେବ ସେଗୁଡିକ ହେଲା

ପୁରୀ – ଅଯୋଧ୍ୟା
ପୁରୀ – ଉଜ୍ଜୟନ
ପୁରୀ – ତିରୁପତି
ପୁରୀ- ହାଇଦ୍ରାବାଦ
ପୁରୀ- ଭିଲାଇ
ଭୁବନେଶ୍ୱର – ବିଶାଖାପାଟନମ୍
ରାୟଗଡ- ହାଇଦ୍ରାବାଦ
ଭବାନୀପାଟଣା – ହାଇଦ୍ରାବାଦ ରହିଛି।

ତେବେ ଯେଉଁମାନେ ଏହି ବସ ସେବା ନେବାକୁ ଚାହିଁବେ ସେମାନେ  booking.osrtc.org ୱେବ ସାଇଟକୁ ଯାଇ ବୁକିଂ କରିପାରିବେ। ନଚେତ ଏ ସଂପର୍କରେ ଟୋଲ ଫ୍ରି ନମ୍ବର 1800- 345-1122 କୁ ଯୋଗାଯୋଗ କରିପାରିବେ।

Related posts