Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାଦୀୟ ଭିଡିଓ ମାମଲାରେ ଶର୍ମିଷ୍ଠା ପାନୋଲିଙ୍କୁ ବଡ଼ ଆଶ୍ୱସ୍ତି, କଲିକତା ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ
ଆଜିର ଖବର

ବିବାଦୀୟ ଭିଡିଓ ମାମଲାରେ ଶର୍ମିଷ୍ଠା ପାନୋଲିଙ୍କୁ ବଡ଼ ଆଶ୍ୱସ୍ତି, କଲିକତା ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ

June 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସମୟରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯାଇଥିଲା। ଏବେ ଶର୍ମିଷ୍ଠାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି କଲିକତା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶର୍ମିଷ୍ଠାଙ୍କ ଉପରେ ଗୋଟିଏ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ଥିଲା। ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା।

କୋଲକାତାର ଗାର୍ଡେନରୀଚ୍ ଥାନା ପୋଲିସ ଶର୍ମିଷ୍ଠାକୁ ଗୁରୁଗ୍ରାମରୁ ଗିରଫ କରି କୋଲକାତାର ସିଟି କୋର୍ଟରେ ହାଜର କରିଥିଲା। ମାମଲାର ବିସ୍ତୃତ ଶୁଣାଣି ପରେ କୋର୍ଟ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି। ହାଇକୋର୍ଟ ୧୦,୦୦୦ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ରାଜା ବସୁ ଚୌଧୁରୀ ଶର୍ମିଷ୍ଠାଙ୍କ ମାମଲାର ଶୁଣାଣି କରୁଥିଲେ।

ସମ୍ପୂର୍ଣ୍ଣ ମାମଲା କ’ଣ ଥିଲା:

ପ୍ରକୃତରେ ଶର୍ମିଷ୍ଠା ପାନୋଲି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ‘ଅପରେସନ୍ ସିନ୍ଦୂର’ ଉପରେ ବଲିଉଡର ନୀରବତା ଉପରେ ପ୍ରଶ୍ନ ଉଠାଇଥିଲେ। ଅଭିଯୋଗ ହୋଇଛି ଯେ, ଏହି ସମୟରେ ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିଷୟରେ ଆପତ୍ତିଜନକ ବକ୍ତବ୍ୟ ଦେଇଥିଲେ ଏବଂ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ। ଏହା ପରେ ମେ ୧୫ ତାରିଖରେ ଗାର୍ଡେନରିଚ୍ ପୋଲିସ ଷ୍ଟେସନରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଥିଲା। କଡ଼ା ସମାଲୋଚନା ପରେ ଶର୍ମିଷ୍ଠା ଭିଡିଓଟିକୁ ହଟାଇ ଦେଇଥିଲେ, କିନ୍ତୁ ସେତେବେଳକୁ ମାମଲା ବହୁତ ବଢ଼ିଯାଇଥିଲା। ସେ ଗିରଫଦାରୀରୁ ରକ୍ଷା ପାଇପାରି ନଥିଲେ।

କୋର୍ଟ ଶର୍ମିଷ୍ଠାକୁ ଜାମିନ ଦେବା ସହିତ ଏକ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। କୋର୍ଟର ଅନୁମତି ବିନା ଶର୍ମିଷ୍ଠା ଦେଶ ଛାଡିପାରିବେ ନାହିଁ।

ଶର୍ମିଷ୍ଠା ପାନୋଲିଙ୍କ ବିରୁଦ୍ଧରେ ୱଜାହତ୍ ଖାନ ମାମଲା ରୁଜୁ କରିଥିଲେ। ୱଜାହତ୍ ଖାନ ଅଭିଯୋଗରେ କହିଥିଲେ ଯେ, ଶର୍ମିଷ୍ଠା ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ଏହା ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି କରିପାରେ। ଏହି ଘଟଣା ପରେ ୱଜାହତ୍ ଖାନଙ୍କ ବିରୁଦ୍ଧରେ ଅନେକ ମାମଲା ରୁଜୁ ହୋଇଥିଲା, କିନ୍ତୁ ସେ ବର୍ତ୍ତମାନ ଫେରାର୍ ଅଛନ୍ତି। ୱଜାହତ ନିର୍ଦ୍ଧିଷ୍ଟ ଧର୍ମ ବିରୁଦ୍ଧରେ ଅନେକ ଅଶାଳୀନ ମନ୍ତବ୍ୟ ମଧ୍ୟ ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେ ତାଙ୍କ ପରିବାର ସହିତ ନିଖୋଜ ଅଛନ୍ତି।

Breaking News West Bengal
Share. Facebook Twitter LinkedIn Email WhatsApp Copy Link

Related Posts

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026
Latest News

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.