Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

June 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ୪୬,୦୦୦ କୋଟି ଟଙ୍କାର ଦୂରଦୃଷ୍ଟିସମ୍ପନ୍ନ ଏବଂ ପ୍ରମୁଖ ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରସ୍ତୁତ କରିଛନ୍ତି, ଯାହା ଏହି କ୍ଷେତ୍ରର ସଂଯୋଗୀକରଣ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ସେତୁର ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଚେନାବ ରେଳ ସେତୁ ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଉଧମପୁର-ଶ୍ରୀନଗର-ବାରାମୂଳା ରେଳ ସଂଯୋଗ (ୟୁଏସବିଆରଏଲ୍) ପ୍ରକଳ୍ପ ସବୁଦିନିଆ ସଂଯୋଗକୁ ସୁନିଶ୍ଚିତ କରିବ ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କଟରା ଏବଂ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆସନ୍ତାକାଲି, ଜୁନ୍ ୬ ତାରିଖ ଜାମ୍ମୁ-କାଶ୍ମୀରର ମୋର ଭଉଣୀ ଏବଂ ଭାଇମାନଙ୍କ ପାଇଁ ବାସ୍ତବରେ ଏକ ସ୍ୱତନ୍ତ୍ର ଦିନ। ୪୬,୦୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପଗୁଡିକ ଉଦଘାଟନ କରାଯାଉଛି, ଯାହା ଲୋକମାନଙ୍କ ଜୀବନ ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇବ।

ସ୍ଥାପତ୍ୟର ଏକ ଅସାଧାରଣ ସଫଳତା ବ୍ୟତୀତ, ଚେନାବ ରେଳ ସେତୁ ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ। ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ବ୍ରିଜ୍ ଭାବରେ ଅଞ୍ଜି ବ୍ରିଜ୍ ଠିଆ ହୋଇଛି ।

ଉଧମପୁର-ଶ୍ରୀନଗର-ବାରାମୂଳା ରେଳ ସଂଯୋଗ (ୟୁଏସବିଆରଏଲ୍) ପ୍ରକଳ୍ପ ସବୁଦିନିଆ ସଂଯୋଗ ସୁନିଶ୍ଚିତ କରିବ ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କଟରା ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ୍ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଉନ୍ନତ ସଂଯୋଗୀକରଣ ଚେନାବ ସେତୁ ଜାମ୍ମୁ କାଶ୍ମୀର
Share. Facebook Twitter LinkedIn Email WhatsApp Copy Link

Related Posts

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025
Latest News

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.