
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଏକ ସ୍ଵାସ୍ଥ୍ୟ ଶିବିର ଗୋଶାଣ ନୂଆଗାଁ ସ୍ଥିତ ଗୋପାଳ କୃଷ୍ଣ ରଙ୍ଗମଞ୍ଚ ପରିସରରେ ବ୍ରହ୍ମପୁର ମହାନଗର ନିଗମର ୨୬ ନମ୍ବର ୱାର୍ଡ୍ କର୍ପୋରେଟର ଧୀରେଶ କୁମାର ସାଵତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଛି। ଉକ୍ତ ଶିବିରରେ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି।
ଏହି ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ଡାକ୍ତର କୁମୁଦ ଚନ୍ଦ୍ର ଦାସ, ଡାକ୍ତର ଗୋପାଳ ପାତ୍ର ଙ୍କ ସହ ତାଙ୍କ ସହଯୋଗୀ ରକ୍ତ ଚାପ, ରକ୍ତ ପରୀକ୍ଷା,ୟୁରିକ ଏସିଡି, ଲିକ୍ୟୁଡ଼ ପ୍ରୋଫାଇଲ୍ ଓ ଇ ସି ଜି ପ୍ରମୁଖ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ ହୋଇଥିଲା। ଗୋଶାଣୀ ନୂଆ ଗାଁ ଅଞ୍ଚଳର ବହୁ ବାସିନ୍ଦା ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।
ପୂର୍ବ ତନ ସାଂସଦ ବିଜେଡି ନେତା ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଅବସରପ୍ରାପ୍ତ ଖେଳ ଶିକ୍ଷକ କେଦାର ନାଥ ଚୌଧୁରୀ, ସମାଜସେବୀ ତଥା ଶିକ୍ଷାବିତ୍ ତ୍ରିନାଥ ମହାରଣା, କୃଷ୍ଣ ବେହେରା, ଜିନେସ ସାବତ ଓ କଳୁଆ ମନ୍ଦିର ସଭାପତି ଜଗନ୍ନାଥ ଚୌଧୁରୀଙ୍କ ସହ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।