Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝିଅ ମାନଙ୍କୁ ପ୍ରାଥମିକତା ଭିତ୍ତିରେ “ମିଶନ୍ ବାତ୍ସଲ୍ୟ ଯୋଜନା”ରେ ସାମିଲ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆହ୍ଵାନ
ଆଜିର ଖବର

ଝିଅ ମାନଙ୍କୁ ପ୍ରାଥମିକତା ଭିତ୍ତିରେ “ମିଶନ୍ ବାତ୍ସଲ୍ୟ ଯୋଜନା”ରେ ସାମିଲ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆହ୍ଵାନ

June 10, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରୋତ୍ସାହନରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆୟୋଜନରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ପୋରହିତ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବାତ୍ସଲ୍ୟ ମେଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମେଳାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବାତ୍ସଲ୍ୟ ମେଳାକୁ ଉଦ୍ଘାଟନ କରି ଥିଲେ।

ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଲେ ସବୁ ଜାତି, ସବୁ ଧର୍ମର ଝିଅ ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଏଣୁ ଖୋର୍ଦ୍ଧା ଜିଲ୍ଲାରେ ଭଲ ପାଠ ପଢୁଥିବା ଝିଅ ବା ଶତକଡା ୬୦ ପ୍ରତିଶତରୁ ଅଧିକ ନମ୍ବର ଆଣୁଥିବା ଝିଅ ମାନଙ୍କୁ ପ୍ରାଥମିକତା ଭିତିରେ ମିଶନ ବାତ୍ସଲ୍ୟ ଯୋଜନାରେ ସାମିଲ କରି ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସର୍ବାଙ୍ଗୀନ ଉନ୍ନତିରେ ସମସ୍ତ କାର୍ଯ୍ୟ ନ୍ଵୟନ ଅଧିକାରୀମାନେ ଉତ୍ତଦାୟିତ୍ଵର ସହ କାର୍ଯ୍ୟ କରି ସରକାରଙ୍କର ଏଭଳି ଅଭିନବ ଯୋଜନାକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପ୍ରକାଶ କରିଥିଲେ ବିଗତ କୋଭିଡ୍ ସମୟରେ ଯେଉଁ ମାନେ ନିଜ ପିତାମାତା କିମ୍ବା ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଲେ ସେହି ସମୟରେ କେନ୍ଦ୍ର ସରକାର ଏଭଳି ଏକ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ କରିଥିଲେ ଯ’ଦ୍ଵାରା ଅନାଥ ଛାତ୍ର ଛାତ୍ରୀ ମାନେ ନିଜର ମେଧା ଓ ଧୀ ଶକ୍ତି ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆଗକୁ ଭବିଷ୍ୟତ ଗଢ଼ିବା ପାଇଁ ସ୍ବପ୍ନ ଦେଖି ବାସ୍ତବରେ ପରିଣତ କରିପାରୁଛନ୍ତି।

ଏହି ଅବକାଶରେ ଜିଲ୍ଲାପାଳ କହିଲେ କି ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଏବଂ ସମସ୍ତ କାର୍ଯ୍ୟ ନ୍ଵୟନ ବିଭାଗ ସମସ୍ତେ ସମନ୍ୱୟ ରଖି ଖୋର୍ଦ୍ଧା ଜିଲ୍ଲାରେ ମିଶନ ବାତ୍ସଲ୍ୟ କୁ ଶତ ପ୍ରତିଶତ ସଫଳତା ହାସଲ ପାଇଁ ନିଷ୍ଠାପର ସେବା ଜାରି ରଖିଲେ ମେଳାର ସାର୍ଥକତା ସାଧିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ପ୍ରତି ଛ ମାସ ଅନ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାରେ କେତେ ଉନ୍ନତି ହେଉଛି, ସ୍ବାସ୍ଥ୍ୟରେ କି ଉନ୍ନତି ହେଉଛି ତଥା ଆଧ୍ୟାତ୍ମିକ ବିକାଶରେ କି ଉନ୍ନତି ହେଉଛି ତାହା ଏହି ମେଳା ମାଧ୍ୟମରେ ପରିମାପ କରାଯିବ। ଯେଉଁ ମାନଙ୍କର ଶତକଡା ୬୦ ପ୍ରତିଶତ ନମ୍ବର ରୁ ଅଧିକ ରହୁଥିବ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜକୁ ଏହି ଯୋଜନାରେ ସାମିଲ କରିବାକୁ ନିଜର ପାରଦର୍ଶିତା ପ୍ରତିପାଦିତ କରିବାକୁ ଜିଲ୍ଲାପାଳ ପ୍ରେରଣା ଦେଇଥିଲେ।

ଆହୁରି ମଧ୍ୟ ଜିଲ୍ଲାପାଳ କହିଲେ ବର୍ତ୍ତମାନ ଇଶ୍ଵର ପ୍ରକୃତ ସମୟ ଆମକୁ ଦେଇଛନ୍ତି,ଏଣୁ ନିଜର ବାକ୍ ଶକ୍ତି ତୀକ୍ଷ୍ଣ କରି ନିଜଭିତରେ ଥିବା ମେଧା କୁ ପରିସ୍ଫୁଟନ କରି ମିଶନ ବାତ୍ସଲ୍ୟ ରେ ଅଂଶୀଦାର ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ +୨ ପରୀକ୍ଷାରେ ଶତକଡା ୬୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଦିପାଳି ଦାସ, ପିଙ୍କି ସିଂହ, ସୁଭଲକ୍ଷ୍ମି ଦଳାଇ, ମହେଶ୍ୱର ଗିରି ଙ୍କୁ ଏବଂ ଏଚ୍ ଏସ ସି/ସି ବି ଏସ ଇ ପରୀକ୍ଷାରେ ଶତକଡା ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଯମୁନା ନାଏକ, ଶିବାନୀ ନାୟକ, ଶ୍ରୀମାନ ରବୀନ୍ଦ୍ର, ରଶ୍ମିତା ହେମ୍ବ୍ରମ୍, ବର୍ଷା ପ୍ରିୟଦର୍ଶିନୀ,ଏନ୍. ଗଣେଷ,ସାବିତ୍ରୀ ମଲ୍ଲିକ, ସୌମ୍ୟ ଆର ମହାନ୍ତି ଙ୍କୁ ୪ ହଜାର ଲେଖାଏଁ ଚେକ୍ ରାଶି ପ୍ରଦାନ କରି ଏହି ଯୋଜନାକୁ ସଶକ୍ତ କରିବାସହ ସମସ୍ତ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଯୋଜନାର ଦୁଇଜଣ ସଫଳ ହିତାଧିକାରୀ ଦେବସ୍ମିତା ହୋତା ଏବଂ ଚିନ୍ମୟୀ ବିଶୋଇ ନିଜର ପ୍ରେନାଦାୟୀ ଅନୁଭୂତି ପ୍ରକାଶ କରିଥିଲେ।

ସସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ଅଧକ୍ଷା ରଞ୍ଜିତା ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ୟୁନିସେଫ ପରାମର୍ଶଦାତା ଘାସିରାମ ପଣ୍ଡା ପ୍ରମୁଖ ଏହି ପବିତ୍ର ମିଶନ ବାତ୍ସଲ୍ୟ ଯୋଜନାର ବିଭିନ୍ନ ରୂପରେଖ ସମ୍ପର୍କରେ ବୈଠକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମେଳାର ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ସରକାରଙ୍କର ଏଭଳି ଅଭିନବ ଯୋଜନାର ବହୁଳ ଲାଭ ନେବାକୁ ନିଜକୁ ପ୍ରସ୍ତୁତ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବାସହ ପ୍ରତ୍ୟେକ ଅନାଥ ପିଲା ସହ ଆମେ ସମସ୍ତେ ଇଶ୍ୱରଙ୍କ ସନ୍ତାନ। ଆମ ସମସ୍ତଙ୍କ ଶରୀରରେ ବ୍ରହ୍ମ ଜ୍ଞାନ ବିଦ୍ୟମାନ। ମନୁଷ୍ୟର ଧି ଶକ୍ତି ଓ ଚେତନା ଶକ୍ତି ଜାଗ୍ରତ କେବଳ ଗଠନ ମୂଳକ ଚିନ୍ତାଧାରାରେ ସଶକ୍ତ ହୋଇଥାଏ।  ଏଣୁ ପିଲାମାନେ ପରିବାରର ପିତାମାତା କିମ୍ବା ଗୁରୁଜନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ମହାପୁରୁଷ ମାନଙ୍କ ଜିବନାଦର୍ଷରେ ବ୍ରତୀ ହୋଇ ନିଜକୁ ଡାକ୍ତର, ଇଞ୍ଜିନିୟର, ପାଇଲଟ୍, ବୈଜ୍ଞାନିକ ହୋଇ ନିଜ ପରିବାର, ଜିଲ୍ଲା, ରାଜ୍ୟ ଓ ରାଷ୍ଟ୍ର ର ନାମ ଟେକ ରଖି ସମାଜରେ ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଯୋଗଦେଇ କହିଲେ ବାତ୍ସଲ୍ୟ ଯୋଜନା ଏକ ଆଧ୍ୟାତ୍ମିକ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଲାମାନଙ୍କୁ ପରିବାର,ସରକାର,ସମାଜ,ଶିଶୁ ମଙ୍ଗଳ ସମିତି, ଯୁଭେନାଇଲ ଜଷ୍ଟିସ ବୋର୍ଡ ଓ ପ୍ରଶାସନ ସମ୍ମିଳିତ ସହଯୋଗ ବା ବାତ୍ସଲ୍ୟ ସ୍ନେହ ଓ ମମତାରେ ସେମାନଙ୍କୁ ବିକଶିତ କରିବା ଓ ଶିକ୍ଷା, ସ୍ଵାସ୍ଥ୍ୟ ଓ ସର୍ବାଙ୍ଗୀନ ଉନ୍ନତି ର ବିକାଶ କରାଇ ରାଷ୍ରରେ ଏକ ଉତ୍ତମ ସ୍ୱାବଲମ୍ବୀ ନାଗରିକ ଭାବେ ଗଢିତୋଳିବା ଏହି ଯୋଜନାର ମୂଳଲକ୍ଷ୍ୟ ଅଟେ। ଏଣୁ ପବିତ୍ର ଯୋଜନା କୁ ଖୋର୍ଦ୍ଧା ଜିଲ୍ଲାରେ ସଫଳ ଭାବେ କାର୍ଯ୍ୟ କରିବାକୁ ହେଲେ ନିଜ ପିଲାଙ୍କ ଯତ୍ନ ଭଳି ବାତ୍ସଲ୍ୟ ଯୋଜନା ମାଧବ ସେବାରେ ନିରନ୍ତର ନିୟୋଜିତ କରି ବାତ୍ସଲ୍ୟ ଯୋଜନା ହିତାଧିକାରୀଙ୍କୁ ସେହିପରି ଯତ୍ନ ଓ ପ୍ରୋତ୍ସାହନ ଦେବା ସହ ବିଭୂକୃପା ଲାଭ ପାଇଁ ସମସ୍ତ କାର୍ଯ୍ୟନ୍ଵୟନ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।

ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସଞ୍ଚାଳନ କରିଥିଲେ।

ଆଜିର ଏହି ମେଳାରେ ଖୋର୍ଦ୍ଧା, ବାଣପୁର, ବେଗୁନିଆ, ଚିଲିକା, ଟାଙ୍ଗୀ, ବୋଲଗଡ଼ ୬ ଟି ବ୍ଲକ୍ କୁ ନେଇ ମିଶନ ବାତ୍ସଲ୍ୟ ମେଳାରେ ମିଶନ ବାତ୍ସଲ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାରବେହେରା,ଡି ସି ପି ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ,ସି ଡି ପି ଓ, ଅଭିଭାବକ, ଛାତ୍ର ଛାତ୍ରୀ, ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟ ସଦସ୍ୟା, ଶିଶୁମଙ୍ଗଲ ସମିତି ସଦସ୍ୟ ସଦସ୍ୟା, ବିଭିନ୍ନ ଷ୍ଟେକ୍, କାର୍ଯ୍ୟାଳୟ କର୍ମକର୍ତ୍ତାଗଣ ମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାପାଳ ମିଶନ୍ ବାତ୍ସଲ୍ୟ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.