ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ। ଲଂଣ୍ଡନର ପୂର୍ବତନ ମେୟର ଏବଂ ୟୁକେର ପୂର୍ବତନ ବିଦେଶ ମନ୍ତ୍ରୀ ବୋରିସ୍ ଜନ୍ସନ୍ ମଙ୍ଗଳବାର ଦିନ କନ୍ଜରଭେଟିଭ୍ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି। ସେ ଦଳୀୟ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେରେମି ହଣ୍ଟକୁ ପରାସ୍ତ କରିଛନ୍ତି। ଜନସନଙ୍କୁ ୯୨,୧୫୩ ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜେରମି ହଣ୍ଟଙ୍କୁ ମାତ୍ର ୪୬,୬୫୬ ଭୋଟ ମିଳିଥିଲା। ବ୍ରିଟେନ ୟୁରୋପୀୟ ୟୁନିଅନ ସହ ବ୍ରିକ୍ସଜିଟ୍ ମାମଲାକୁ ନେଇ ଜୁନ ୭ରେ ଥେରେସା ମେ’ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋରିସ ଜନ୍ସନ ।