କେତେକ ଅଭିଯୋଗ ପରେ କେନ୍ଦ୍ରୀୟ ସିଧା ଟାକ୍ସ ବୋର୍ଡ ଇନକମ ଟାକ୍ସ ରିଟର୍ଣ୍ଣ ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ତାରିଖ ଚଳିତ ଜୁଲାଇ 31 ତାରିଖ ଥିଲା। ହେଲେ ଏହାକୁ ବୃଦ୍ଧି କରି ଆସନ୍ତା ଅଗଷ୍ଟ 31 ତାରିଖକୁ ବୃଦ୍ଧି କରିଛନ୍ତି। ତେବେ ଏହି ସମୟ ସୀମା କେତେକ ନିର୍ଦ୍ଧିଷ୍ଠ ବର୍ଗ ପାଇଁ ବୃଦ୍ଧି କରାଯାଇଛି। ସାଧାରଣତଃ ଯେଉଁମାନେ ଇନକମ ଟାକ୍ସ ପ୍ରଦାନ କରିଥାନ୍ତି, ସେମାନେ ଜୁଲାଇ 31 ତାରିଖ ଶେଷ ତାରିଖ ଥାଏ। ଏହାପରେ ଯେଉଁମାନେ ରିଟର୍ଣ୍ଣ ଫାଇଲ କଲେ ସେମାନଙ୍କୁ ଫାଇନ ଦେବାକୁ ପଡିଥାଏ। ବର୍ତ୍ତମାନ ଅଗଷ୍ଟ 31 ତାରିଖ ସୁଦ୍ଧା ରିଟର୍ଣ୍ଣ ଫାଇଲ କଲେ କୌଣସି ଫାଇନ ପଡିବ ନାହିଁ।