Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକ ହାଇ-ଡ୍ରାମାର ଯବନିକା: ଭାଙ୍ଗିଲା ମେଣ୍ଟ ସରକାର
ଆଜିର ଖବର

କର୍ଣ୍ଣାଟକ ହାଇ-ଡ୍ରାମାର ଯବନିକା: ଭାଙ୍ଗିଲା ମେଣ୍ଟ ସରକାର

July 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶେଷରେ କର୍ଣ୍ଣାଟକ ରାଜନୈତିକ ଡ୍ରାମାରେ ଯବନିକା ପଡିଛି।। ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି କୁମାରସ୍ୱାମୀ। ମେଣ୍ଟ ସରକାର ସପକ୍ଷରେ ୯୯ଟି ଭୋଟ ପଡିଥିବା ବେଳେ ବିରୋଧରେ ୧୦୫ଟି ଭୋଟ ପଡିଥିଲା। ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।  ଏଚଡି କୁମାରସ୍ଵାମୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।  କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ନାଟକରେ ପ୍ରତିଦିନ ନୂଆ ମୋଡ ଦେଖିବାକୁ ମିଳୁଥିଲା। ରାଜ୍ୟପାଳଙ୍କ ଦ୍ୱାରା ଗୃହରେ ଆସ୍ଥା ଭୋଟକୁ ନେଇ ଦିଆଯାଇଥିବା ଦୁଇଟି ଡେଡ ଲାଇନର ସମୟସୀମା ଶେଷ ହୋଇଥିଲା। ଏହାପରେ ମଙ୍ଗଳବାର ଦିନ ବାଚସ୍ପତି ଯେକୌଣସି ପରିସ୍ଥିତିରେ ଆସ୍ଥା ଭୋଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି  ସନ୍ଧ୍ୟା ୭ଟାରେ ଆସ୍ଥା ଭୋଟ କରାଇଥିଲେ ବାଚସ୍ପତି କେ ରମେଶ କୁମାର। ଏହି ଆସ୍ଥା ଭୋଟରେ ପରାଜିତ ହୋଇଛନ୍ତି କୁମାରସ୍ଵାମୀ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଆଜି ହୋଇଥିବା ଆସ୍ଥା ଭୋଟରେ ୧୫ ବିଦ୍ରୋହୀ ବିଧାୟକଙ୍କ ସମେତ ୧୯ ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ। ତେବେ ବିଧାନସଭାରେ ୨୦୫ ଜଣ ବିଧାୟକ ଉପସ୍ଥିତ ରହି ଆସ୍ଥା ଭୋଟରେ ଭାଗ ନେଇଥିଲେ। ତେଣୁ କୁମାରସ୍ୱାମୀ ସରକାରକୁ ସଂଖ୍ୟାଗରିଷ୍ଟତା  ପାଇଁ ୧୦୩ଟି ଭୋଟର ଆବଶ୍ୟକତା ଥିଲା। କିନ୍ତୁ ମେଣ୍ଟ ସରକାର ପକ୍ଷରେ କେଵଳ ୯୯ ଟି ଭୋଟ ପଡିଥିଲା।

 

Share. Facebook Twitter LinkedIn Email WhatsApp Copy Link

Related Posts

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026

ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ “ଶତବାର୍ଷିକୀ ସମାରୋହ-୨୦୨୬” କୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଖଲ୍ଲିକୋଟ ଷ୍ଟେସନରେ ବିଶାଖା ଏବଂ ଫଲକନୁମା ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି

January 22, 2026

ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି

January 22, 2026
Latest News

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026

ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ “ଶତବାର୍ଷିକୀ ସମାରୋହ-୨୦୨୬” କୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଖଲ୍ଲିକୋଟ ଷ୍ଟେସନରେ ବିଶାଖା ଏବଂ ଫଲକନୁମା ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି

January 22, 2026

ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ: ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ଭାରତ, ପଛରେ ପଡ଼ିବ ଆମେରିକା

January 22, 2026

ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.