ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଠାରେ ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ । ତେବେ ମିଳିଥିବା ସୂଚନା ଅନୁସାରେ ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ୩୪୨୬ ଭୋଟ୍ରେ ଆଗୁଆ ଅଛନ୍ତି । ତାଙ୍କୁ ୧୨,୪୭୪ଟି ଭୋଟ୍ ମିଳିଥିବାବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୯୦୪୮ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୪୨୮ଟି ଭୋଟ୍ ମିଳିଛି । ପାଟକୁରାରେ ତ୍ରିମୁଖୀ ଲଢେଇ ହେଉଥିବାବେଳେ ମୁଖ୍ୟତଃ ଏଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।