Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ କର୍ମଶାଳା
ଆଜିର ଖବର

ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ କର୍ମଶାଳା

June 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିମନ୍ତେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରି ତିନୋଟି ନୂତନ ଆଇନର ମୌଳିକ ଉପାଦାନ ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାନ (ସିବିଆଇ) ର ପୂର୍ବତନ ସ୍ଵତନ୍ତ୍ର ନିର୍ଦ୍ଦେଶକ ଧରମ ଚାନ୍ଦ ଜୈନ ଓ ସିବିଆଇ ର prosecution ନିର୍ଦ୍ଦେଶିକା ପଦ୍ମିନୀ ସିଂହ Resource Person ଭାବେ ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଆଗାମୀ ଦିନରେ ପରିବର୍ତ୍ତିତ ନୂତନ ଆଇନର କାର୍ଯ୍ୟକାରିତା ଏବଂ ତୃଣ ମୂଳ ସ୍ତରରେ ଏହାର ସଠିକ ଉପଯୋଗ ହେବା କ୍ଷେତ୍ରରେ ବରିଷ୍ଠ ପୋଲିସ ଅଧିକାରୀମାନେ ଗୁରୁ ଦାୟିତ୍ୱ ତୁଲାଇବେ ବୋଲି ଡିଜିପି ଆଶା ବ୍ୟକ୍ତ କରିଛନ୍ତି।

ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ସହ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଏବଂ ମର୍ଯ୍ୟାଦାକୁ ସୁରକ୍ଷା ଦେବା ପାଇଁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଦୃଢ ଇଚ୍ଛାଶକ୍ତି ଏବଂ ବୃତ୍ତିଗତ୍ତ ଦକ୍ଷତାର ସହିତ ଏହି ଆଇନଗତ ସଂସ୍କାର ଭାରତର ନ୍ୟାୟିକ ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ ଏବଂ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ବିଶ୍ୱାସକୁ ଆହୁରି ମଜବୁତ କରି ଗଢି ତୋଳିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି।

ଏହି ନୂତନ ଅପରାଧିକ ଆଇନ ଗୁଡ଼ିକ ଦଣ୍ଡ କେନ୍ଦ୍ରିକ ହେବା ପରିବର୍ତ୍ତେ ନ୍ୟାୟ କେନ୍ଦ୍ରିକ ହେବା ଦିଗରେ କାର୍ଯ୍ୟ କରିବାକୁ ଡିଜିପି କହିଛନ୍ତି।

ଏହି ନୂତନ ଅପରାଧିକ ଆଇନ ଗୁଡିକ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରିବା ସହ ଆଧୁନିକ ଭାରତର ଗଣତନ୍ତ୍ର, ସାମ୍ବିଧାନିକ ଏବଂ ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ।

ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବାର ପ୍ରାଥମିକ ସଂସ୍ଥା ହେଉଛି ପୋଲିସ। ତେଣୁ ପ୍ରତ୍ୟେକ ପୋଲିସ କର୍ମଚାରୀ ଆଇନର ପ୍ରତିଟି ଶବ୍ଦ ସହିତ ଏହାର ଆତ୍ମାକୁ ମଧ୍ୟ ସଠିକ ଭାବେ ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।

ଏହା ସହ ତଦନ୍ତରେ ଦକ୍ଷତା ବୃଦ୍ଧି, ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହି ନୂତନ ଆଇନ ଆହୁରି ସଶକ୍ତ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଏହି ନୂତନ ଆଇନ ଆତଙ୍କବାଦ, ସଂଗଠିତ ହତ୍ୟା ଏବଂ ସଂଗଠିତ ଅପରାଧ ଭଳି ଜଘନ୍ୟ ଅପରାଧର ବ୍ୟାପକ ସଂଜ୍ଞା ପ୍ରଦାନ କରି ଅଛି। ସମୟସୀମା, ଇଲେକ୍ଟ୍ରୋନିକ୍ ସମନ, ଇ-FIR, ବୟାନର ଭିଡିଓ ରେକର୍ଡିଂ ଏବଂ ଡିଜିଟାଲ୍ ଫୋରେନ୍ସିକ୍ କୌଶଳ ଭଳି ଡିଜିଟାଲ୍ ଉପକରଣର ବ୍ୟବହାରକୁ ଏହି ଆଇନ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଥିଲେ।

ଏହି ପରିବର୍ତ୍ତିତ ଆଇନ ଗୁଡ଼ିକ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ପୀଡିତଙ୍କୁ ନ୍ୟାୟ, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତଦନ୍ତ ଏବଂ ସମୟସୀମା ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରୁଛି।

ଏହି କର୍ମଶାଳାରେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ସମସ୍ତ ବାଟାଲିୟନର କମାଣ୍ଡାଣ୍ଟ ଓ ସମସ୍ତ ପୋଲିସ ରେଞ୍ଜର ପୋଲିସ ଅଧିକାରୀ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ। ପୋଲିସ ଏକାଡେ଼ମୀର ନିର୍ଦ୍ଦେଶକ ସଂଜୀବ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇଜି ତାଲିମ ଅନୁପ ସାହୁ ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

ନୂତନ ଅପରାଧିକ ଆଇନ ଯୋଗେଶ ବାହାଦୁର ଖୁରାନିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ଶିକ୍ଷକ ଓ ଅଧ୍ୟାପକଙ୍କ ଦାବୀ ପୂରଣ ପାଇଁ ସରକାର ଗଠନ କଲେ ଏକ କମିଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

December 3, 2025

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 3, 2025

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025
Latest News

ଆଦିତ୍ୟ ଅଲୁମିନିୟମ୍‌ ତରଫରୁ ଦିବ୍ୟାଙ୍ଗ ଦିବସ ପାଳିତ, ଶିଶୁମାନଙ୍କ କମ୍ୟୁନିଟ ସେଣ୍ଟରର ଭୂମିପୂଜା

December 3, 2025

ଶିକ୍ଷକ ଓ ଅଧ୍ୟାପକଙ୍କ ଦାବୀ ପୂରଣ ପାଇଁ ସରକାର ଗଠନ କଲେ ଏକ କମିଟ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

December 3, 2025

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 3, 2025

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦା

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.