
ଭୁବନେଶ୍ବର: ଆସନ୍ତା 20 ତାରିଖରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଦିନ ସେ ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ, ସେଠାରୁ ରୋଡ ସୋ କରି ଜନତା ମଇଦାନ ଯିବେ।
ଏ ନେଇ ଟ୍ରାଫିକ ବ୍ୟବସ୍ଥାରେ ବଡ କଟକଣା କରାଯାଇଛି। ସେଥିପାଇଁ ସେଦିନକୁ କଟକ ଭୁବନେଶ୍ବରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ କଟକ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।