ଟ୍ରକ୍ କୁ ଧକ୍କା ଦେଇ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

Published: Jun 19, 2025, 1:31 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଉପକଣ୍ଠ ଜାତୀୟ ରାଜପଥ ଖଜୁରିଆ ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛପଟୁ ମୋଟରସାଇକେଲ ଧକ୍କା ଦେଇଛି। ଯାହା ଫଳରେ କେ ଟି ଏମ୍ ମୋଟରସାଇକେଲ ଚାଳକ କାହ୍ନୁଚରଣ ବାରିକ ତଳେ ଛିଟିକି ପଡ଼ି ଗୁରୁତର ଆହତ ହୋଇ ରକ୍ତ ବାନ୍ତି କରିଥିଲେ। ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ କୁ ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts