ଓଡିଶା ଆସିବା ପଛର ବଡ ରହସ୍ୟ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Jun 20, 2025, 6:28 pm IST

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି। ଜନତା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବାର ରହସ୍ୟ ଉପରେ ଆଲୋକପାତ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏପରିକି ଏହା ଏକ ବିଶ୍ବ ଖବର ହୋଇଯାଇଛି। କାରଣ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖାନ କରି ଓଡିଶା ଆସିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଦେବା ବେଳେ ସେ ଟ୍ରମ୍ପଙ୍କ ନିମନ୍ତ୍ରଣ କଥା ଉଲ୍ଲେଖ କରିିଥିଲେ। ସେ କହିଥିଲେଯେ, ଜି 7 ବୈଠକରେ ଯୋଗଦେବାକୁ କାନାଡା ଯାଇଥିଲି। ସେଠାରେ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ କଲେ। କହିଲେ କାନାଡା ଆସିଛି ୱାସିଂଟନ ଆସ। ଏକାଠି ଭୋଜନ କରିବା। ଏହା ଶୁଣିବା ପରେ ମୁଁ ତାଙ୍କୁ ବହୁତ ଧନ୍ୟବାଦ ଦେଲି। କହିଲି ନିମନ୍ତ୍ରଣ କରିଥିବାରୁ ବହୁତ ଧନ୍ୟବାଦ, ହେଲେ ମୋତେ ପ୍ରଭୃଙ୍କ ରାଜ୍ୟକୁ ଯିବାକୁ ଅଛି ମୁଁ ଯାଇପାରିବି ନାହିଁ।

ସେ ଆହୁରି କହିଲେ ଯେ, ପ୍ରଭୃ ଜଗନ୍ନାଥଙ୍କ ଆର୍ଶିବାଦ ପାଇଁ ସେ ମୋତେ ଟ୍ରମ୍ପଙ୍କ ପାଖକୁ ନ ନେଇ ଏହି ଓଡିଶାକୁ ଟାଣି ଆଣିଲେ।

Related posts