ଏମ୍‌ସିଏଲ୍‌ରେ ଦୁର୍ଘଟଣା : ୧୦ ଗୁରୁତର

Published: Jul 24, 2019, 11:50 am IST

ଅନୁଗୋଳ ଜିଲ୍ଲାର ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ମାଟି ଅତଡା ଖସିବାରୁ ମଙ୍ଗଳବାର-ବୁଧବାର ରାତି ୧୦ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । କୋଇଲା ବ୍ଲାଷ୍ଟିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମଧ୍ୟ ରାତିରେ ଅଚାନକ ମାଟି ଅତଡା ଖସିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ସେଣ୍ଟ୍ରାଲ ହସ୍ପିଟଲରେ  ଭର୍ତ୍ତି କରାଯାଇଥିବା ବେଳେ ୪ ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଂଚଛନ୍ତି ।

Related posts