
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥପୁରୁ ଥାନା ଅନ୍ତର୍ଗତ ଗୋଲାପୋଲି ସାହିରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ୧୧୨ ଗାଡ଼ି ପହଞ୍ଚି ପରିସ୍ଥିତି ବୁଝିବା ସମୟରେ ଜଣେ ଭାଇ ହାତରେ ଧରିଥିବା ଖଣ୍ଡାରେ କାର୍ଯ୍ୟରତ ସିପାହୀଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ସିପାହୀ ଜଣକ ଖଣ୍ଡା ଟିକୁ ହାତରେ ଧରିଦେଇଥିବାରୁ ନିଶ୍ଚିତ ଗଭୀର ଆଘାତରୁ ବର୍ତ୍ତି ଯାଇଥିଲେ।
ଆହତ ସିପାହୀ ଜଣକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଓ ଅନ୍ୟାନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।
ପୋଲିସ ପ୍ରଶାସନର ଜରୁରୀ ପଦକ୍ଷେପ ସ୍ୱରୂପ ପୋଲିସ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତକୁ ପୋଲିସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନିକଟରୁ ଧରିଥିବା ସୁଚନା ମିଳିଛି।