
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଥାନା ଅଞ୍ଚଳର କିଛି ଅପରାଧୀ ବହୁ ଦିନ ହେଲା ପୋଲିସ ଓ ଅଦାଲତକୁ ସହଯୋଗ କରୁନଥିବାରୁ ସେମାନଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି ସହ ସେମାନଙ୍କ ଘର କାନ୍ଥରେ ନୋଟିସ୍ ଲଗାଇବା ସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସେହି ଅଞ୍ଚଳରେ ପ୍ରଚାର କରାଯାଇଛି। ନୋଟିସ ଜାରି ହେବାର ୩୦ ଦିନ ମଧ୍ୟରେ ଧରା ନଦେଲେ ସେମାନଙ୍କ ନାମରେ ଥିବା ସ୍ଥାବର ଓ ଆସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ ବୋଲି ଘୋଷଣା ହୋଇଛି। ଆଜି ନୋଟିସ ଜାରି ହେଇଥିବା ବିଭିନ୍ନ ଅଞ୍ଚଳ ଯଥା ରଥ ସାହି, ରେଡକ୍ରସ ରୋଡ୍, ବଡ଼ ଧୋବା ସାହି, ନୁଆ ଗୁଜୁରାଲି ଅଞ୍ଚଳ ଓ ସାର୍ଦୁଳ ଗ୍ରାମ ବୋଲି ଜଣାପଡିଛି।
Tags: ଭଞ୍ଜନଗର ଥାନା