ଦେଶରେ ବଢି ଚାଲିଥିବା ମୁବ୍ ଲିଚିଂ ବା ଭିଡ ହିଂସା ଘଟଣାକୁ ନେଇ ଫିଲ୍ମ ତଥା କଳା ଜଗତର ୪୯ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଦେଶରେ ବଢି ଚାଲିଥିବା ମୁବ୍ ଲିଚିଂ ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ସରକାର ଏକ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହି ଚିଠି ଲେଖିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି – ମଣି ରତ୍ନମ୍, ଅଦୂର ଗୋପାଳକୃଷ୍ଣନ୍, ରାମଚନ୍ଦ୍ର ଗୁହା, ଅନୁରାଗ କାଶ୍ୟପ, ବିନାୟମ ସେନ୍, ସୌମିତ୍ରୋ ଚାଟ୍ଟାର୍ଜୀ, ଅପର୍ଣ୍ଣା ସେନ୍, କୋଙ୍କଣା ସେନ ଶର୍ମା, ରେଭଥୀ, ଶ୍ୟାମ୍ ବେନଗଲ୍, ଶୁଭା ମୁଦଗଲ୍, ରୂପ୍ ଇସଲାମ୍, ଅନୁପମ୍ ରାୟ, ପ୍ରମ୍ବତା, ରିଦ୍ଧି ସେନ୍ ପ୍ରମୁଖ ବ୍ୟକ୍ତିମାନେ ଏହି ଚିଠି ଲେଖିଛନ୍ତି । ଏହି ପତ୍ରରେ ସେମାନେ କହିଛନ୍ତି ଯେ, ଆମ ସମ୍ବିଧାନ ମତରେ ଭାରତ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର । ଏଠାରେ ସବୁ ଧର୍ମ, ସମୂହ, ଲିଙ୍ଗ, ଜାତି ଲୋକଙ୍କ ବରାବର ଅଧିକାର ରହିଛି । ମୁସଲମାନ୍, ଦଳିତ ତଥା ଅନ୍ୟାନ୍ୟ ଅଳ୍ପ ସଂଖ୍ୟକ ଭିଡହିଂସାରେ ସମ୍ମୁଖୀନ ହେଉଛନ୍ତି । ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଏହି ପତ୍ର ମାଧ୍ୟମରେ ।