Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ଜନଜୀବନ ଅସ୍ତବ୍ୟସ୍ତ
ଆଜିର ଖବର

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ଜନଜୀବନ ଅସ୍ତବ୍ୟସ୍ତ

July 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ରେଳପଥ ଓ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇପାରେ । ମୁମ୍ବାଇରେ ୨୪ରୁ ୨୮ ତାରିଖ ଯାଏଁ ବର୍ଷା ହେବାର ଅନୁମାନ କରାଯାଉଛି । ଅନ୍ଧେରୀ ଅଂଚଳରେ ବର୍ଷା ଜାରି ଥିବା ବେଳେ କମ ଦୃଶ୍ୟମାନ ହେବାରୁ ବୁଧବାର ସକାଳୁ ୨ଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବର୍ଷା ଯୋଗୁଁ ରେଳପଥ ଗୁଡ଼ିକ ପାଣିରେ ବୁଡ଼ିଯାଇଛି । ଫଳରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । କେବଳ ମୁମ୍ବାଇ ନୁହେଁ, ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଲୋକଙ୍କ ପାଇଁ ଦାଉ ସାଜିଛି । ମୁମ୍ବାଇ ନିକଟ ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ଉପୁଜିପାରେ ।

Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ଅପରାଧିକ ଆଇନ ସାରା ଦେଶରେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେଉଛି: କେନ୍ଦ୍ର ଗୃହ ସଚିବ

November 9, 2025

ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

November 9, 2025

ଡିମିରିକୁଦା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ମା’ ପୁଅ ମୃତ

November 9, 2025

ମୋଟରସାଇକେଲ ଧକ୍କାରେ ବୃଦ୍ଧ ଓ ଚାଳକର ମୃତ୍ୟୁ

November 9, 2025
Latest News

“ବେଇମାନ ଓ ଚୋରୀ” କୁ ନେଇ ନୂଆପଡାରେ ବିଜେପି ସଭାପତି ମନମୋହନ ସାମଲ କହିଲେ.. 

November 9, 2025

ନୂତନ ଅପରାଧିକ ଆଇନ ସାରା ଦେଶରେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେଉଛି: କେନ୍ଦ୍ର ଗୃହ ସଚିବ

November 9, 2025

ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

November 9, 2025

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ଡିମିରିକୁଦା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ମା’ ପୁଅ ମୃତ

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.