ଆଜି ଓଡିଶା ରାଜନୀତିରେ ୨ ‘ବି’ କୁ ନେଇ ଦିନ ତମାମ ଚାଲିଛି ଚର୍ଚ୍ଚା, କିଏ ସେହି ୨ ’ବି’ ନେତା ?

Published: Jul 24, 2019, 4:35 pm IST

ସମୀକ୍ଷା ବ୍ୟୁରୋ

ଆଜି ଓଡିଶା ରାଜନୀତିରେ ୨‘ବି’ କୁ ନେଇ ଚର୍ଚ୍ଚା ଚାଲିଛି। ସେହି ଦୁଇ ବି ହେଲେ ଜଣେ ବିଜୟ ମହାପାତ୍ର ଆଉ ଜଣେ ହେଲେ ବିଶ୍ବଭୂଷଣ ହରିଚନ୍ଦନ। ଗୋଟିଏ ପଟେ ପାଟକୁରା ନିର୍ବାଚନରେ ବିଜୟ ମହାପାତ୍ରଙ୍କ ଭୋଟ ଗଣତି ଚାଲିଥିବା ବେଳେ ସେପଟେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ବଭୂଷଣ ହରିଚନ୍ଦନ। ପାଟକୁରାରେ ବିଜେପିର ବରିଷ୍ଠ ନେତା ସମସ୍ତ ରାଉଣ୍ଡ ଗଣତିରେ ପଛୁଆ ରହି ଶେଷରେ ୧୭ ହଜାର ୬୫୫ ଭୋଟରେ ହାରିଗଲେ। ଠିକ୍ ସେହି ସମୟରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ। ଏହା ଏକ ସଂଯୋଗ ବୋଲି କୁହାଯାଇପାରେ। ଉଭୟ ବିଜୟ ଏବଂ ବିଶ୍ବଭୂଷଣ ଏକଦା ଓଡିଶା ରାଜନୀତିରେ ବେଶ୍ ନାମକରା ନେତା ଥିଲେ। ଉଭୟ ଓଡିଶା ମନ୍ତ୍ରିମଣ୍ଡଳରେ ମଧ୍ୟ ବେଶ୍ ଶକ୍ତିଶାଳୀ ଥିଲେ। ହେଲେ ପରିସ୍ଥିତି ଅନୁସାରେ ଉଭୟଙ୍କୁ ବିଜେପିରେ ଜଣେ ଜଣେ ଅବସର ନେତା ବୋଲି ଧରି ନିଆଯାଇଥିଲା। ୨୦୧୪ରେ ବିଶ୍ବଭୂଷଣ ନିର୍ବାଚନରୁ ଓହରିଗଲେ ବୋଲି ଘୋଷଣା କରି ଆଉ ଲଢେଇ କରି ନ ଥିଲେ। ହେଲେ ବିଜୟ ନିର୍ବାଚନ ରଣାଙ୍ଗନରେ ସକ୍ରିୟ ଥିଲେ ମଧ୍ୟ ତାଙ୍କ ପାଇଁ ବିଜୟ କାଠିକର ପାଠ ହେଲା। ବର୍ତ୍ତମାନ ବିଶ୍ବଭୂଷଣ ନିଜର ନାର୍ଯ୍ୟ ପଦବୀ ହାସଲ କରିପାରିଛନ୍ତି। ହେଲେ ବିଜୟଙ୍କୁ ତାହା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ଏପରିକି ଭବିଷ୍ୟତରେ ମିଳିବ କି ନାହିଁ ସନ୍ଦେହ।

Related posts