Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାବାଳିକା ଅସଦାଚରଣ ପ୍ରସଙ୍ଗରେ ଗୃହରେ ମୁଲତବୀ ଆଲୋଚନା : ବିରୋଧୀଙ୍କ କକ୍ଷତ୍ୟାଗ
ଆଜିର ଖବର

ନାବାଳିକା ଅସଦାଚରଣ ପ୍ରସଙ୍ଗରେ ଗୃହରେ ମୁଲତବୀ ଆଲୋଚନା : ବିରୋଧୀଙ୍କ କକ୍ଷତ୍ୟାଗ

July 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜ୍ୟରେ ନାବାଳିକା ଅସଦାରଣ ପ୍ରସଙ୍ଗରେ ଗୃହରେ ମୁଲତବୀ ଆଲୋଚନା ହୋଇଛି। ଏହି ଆଲୋଚନା ସମୟରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୨୦୧୮ ତୁଳନାରେ ୨୦୧୯ରେ ଦୁଷ୍କର୍ମ ଅପରାଧରେ ୫.୯ ଭାଗ ହ୍ରାସ ଘଟିଛି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକଟ କରି ବିରୋଧୀ କକ୍ଷତ୍ୟାଗ କରିଛନ୍ତି। ମୁଲତବୀ ଆଲୋଚନା ସମୟରେ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ଯେ, ୨୦୧୯ ମେ ସୁଦ୍ଧା ରାଜ୍ୟରେ ୯୩୭ଟି ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ୨୦୧୮ ମେ ଶେଷ ସୁଦ୍ଧା ୯୯୬ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିଲା। ଏହି ପରି ୨୦୧୮ ତୁଳନାରେ ୨୦୧୯ରେ ଦୁଷ୍କର୍ମ ଅପରାଧ ୫.୯ ଭାଗ ହ୍ରାସ ପାଇଛି। ୬୦ ଦିନ ମଧ୍ୟରେ ଦୁଷ୍କର୍ମ ମାମଲାରେ ଚୂଡ଼ାନ୍ତ ତଦନ୍ତର ବ୍ୟବସ୍ଥା ହୋଇଛି। ମନ୍ତ୍ରୀ କହିଛନ୍ତି ଯେ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି। ଅନେକ ମାମଲାରେ ଅଭିଯୁକ୍ତ ଧରା ପଡ଼ିଛନ୍ତି।  ଅନୁଗୁଳ ଥାନା ଅଞ୍ଚଳରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରା ପଡ଼ିଛି। ଭବାନୀପାଟଣା ଶିଶୁ ଯତ୍ନ କେନ୍ଦ୍ରରେ ନିର୍ଯାତନା ମାମଲାରେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୋଟ୍ ଉପରେ ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026
Latest News

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.