ଓଡିଶାର ଏକ ଜଗନ୍ନାଥ ମନ୍ଦିରରେ ବହୁ ଭକ୍ତଙ୍କ ମେଳରେ ଛେରା ପହଁରା କଲେ ନବୀନ

Published: Jun 28, 2025, 9:50 am IST

ଭୁବନେଶ୍ବର: ଗତକାଲି ଥିଲା ପବିତ୍ର ରଥଯାତ୍ରା। ଏହି ପବିତ୍ର ଦିନରେ ପୁରୀରେ ତିନିଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ସେହିପରି ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ମଧ୍ୟ ଗତକାଲି ରଥଯାତ୍ରା ଆୟୋଜିତ ହୋଇଛି। ତେବେ ଓଡିଶାର ଏପରି ଏକ ସ୍ଥାନ ଅଛି ଯେଉଁଠାରେ ରଥଯାତ୍ରାରେ ତିନି ରଥରେ ଛେରା ପହଁରା କରିଛନ୍ତି ନବୀନ।

ସେହି ସ୍ଥାନଟି ହେଉଛି ଅନୁଗୁଳରେ ଥିବା ଜିନ୍ଦଲ ଷ୍ଟିଲ ଓ ପାୱାର ପ୍ଲାଣ୍ଟ ପରିସରରେ ଥିବା ଜଗନ୍ନାଥ ମନ୍ଦିର। ସେଠାରେ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହି ତିନି ରଥରେ ଛେରାପହଁରା କରିଥାନ୍ତି କଂପାନୀ ଅଧ୍ୟକ୍ଷ ନବୀନ ଜିନ୍ଦଲ। ଚଳିତ ବର୍ଷ ମଧ୍ୟ ନବୀନ ପୁରା ପରିବାର ସହିତ ଅନୁଗୁଳ ଆସି ଏହି ରଥଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ସାଲୁ ଜିନ୍ଦଲ ଏବଂ ତାଙ୍କ ମାଆ ସାବିତ୍ରୀ ଜିନ୍ଦଲ ମଧ୍ୟ ଉପସ୍ଥିତ ଥିଲେ।

Related posts