ପୁରୀ: ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି ତାନି ରଥ। ଆଜି ରଥଯାତ୍ରାର ଦ୍ବିତୀୟ ଦିନରେ ଭକ୍ତମାନେ ବେଶ ଆନନ୍ଦର ସହ ତିନିରଥ ଟାଣିଥିଲେ। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଯାଇଥିଲା ବଡଦାଣ୍ଡ। ଆଜି ଦିନ ୧୧ଟା ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୨ଟା ୧୬ରେ ପହଞ୍ଚିଲା ଦର୍ପଦଳନ ରଥ । ୧ଟା ୮ମିନିଟ୍ରେ ପହଞ୍ଚିଲା କାଳିଆର ନନ୍ଦିଘୋଷ ରଥ।
ଗତକାଲି ରଥ ଟଣାରେ ବିଳମ୍ବ ଯୋଗୁଁ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିପାରି ନ ଥିଲା। ସଂଧ୍ୟା ହୋଇଯିବାରୁ ଆଉ ରଥଟଣା ହୋଇ ନ ଥିଲା। ହେଲେ ଆଜି ସକାଳୁ ରଥରେ ଠାକୁରଙ୍କ ଆଳତି ଏବଂ ରୀତିନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପୂର୍ବରୁ ବେଶ ଭକ୍ତିପୂତ ଚିତରେ ମହାପ୍ରଭୃଙ୍କ ରଥକୁ ଭକ୍ତମାନେ ଟାଣିଥିଲେ।