ଡୁଲକ୍ସ କଲର ବ୍ରାଣ୍ଡକୁ ୮,୯୮୬ କୋଟି ଟଙ୍କାରେ କିଣିଲା ଦେଶର ଏହି ବଡ କଂପାନୀ

Published: Jun 29, 2025, 9:38 am IST

The Samikhsya Desk: ଦେଶର ଗୋଟିଏ ପରିଚିତ କଲର ବ୍ରାଣ୍ଡ ଡୁଲକ୍ସ ପେଣ୍ଟସ ଶେଷରେ ବିକ୍ରି ହୋଇଯାଇଛି। ଦୁଇଦିନ ତଳେ ଏ ନେଇ କଂପାନୀ ତରଫରୁ ସ୍ପଷ୍ଟି କରଣ ଦିଆଯାଇଛି। ଏହା ବ୍ରାଣ୍ଡଟି ଆକଜୋ ନୋବେଲ କଂପାନୀ ଅଧିନରେ ଉତ୍ପାଦନ ହେଉଥିଲା। ହେଲେ ଏହାର ୭୪.୭ ପ୍ରତିଶତ ଅଂଶଧନ ଅନ୍ୟ କଂପାନୀ କିଣି ନେଲା। ଯାହାର ମୂଲ୍ୟ ୮,୯୮୬ କୋଟି ଟଙ୍କା ହେବ।

ତେବେ ଏହି ବ୍ରାଣ୍ଡକୁ ଯିଏ କିଣିଛି ସେ ହେଉଛି ଦେଶର ଅନ୍ୟତମ ବଡ କଲର କଂପାନୀ। ତାହାର ନାମ ହେଉଛି ଜେଏସଡବ୍ଲୁ ପେଣ୍ଟସ। ଏହା ଜିନ୍ଦଲ ଗ୍ରୁପର ଅନ୍ୟତମ ଏକ କଂପାନୀ ଯାହା କେବଳ କଲର ବା ରଂଗ ଉତ୍ପାଦନ କରେ। ଏହି ଜେଏସଡବ୍ଲୁ କଂପାନୀ ତାହାର ଘୋଷଣା ପତ୍ରରେ ଏହି କିଣା ପକ୍ରିୟା ସଂପର୍କରେ ଘୋଷଣା କରିଛି। ଜିନ୍ଦଲ ଏହି ଡୁଲକ୍ସ ବ୍ରାଣ୍ଡକୁ କିଣିବା ପରେ ଏହା ଦେଶର ଚତୁର୍ଥ ବୃହତ ରଂଗ କଂପାନୀ ଭାବେ ମାନ୍ୟତା ହାସଲ କରିବ। ଭାରତର ୮୦,୦୦୦ ରୁ ୯୦,୦୦୦ କୋଟି ଟଙ୍କା ମୂଲ୍ୟର ରଙ୍ଗ ବଜାରରେ ଏହି ଜେଏସଡବ୍ଲୁ ପେଣ୍ଟସ ପ୍ରବେଶ କରିବ।

Related posts