Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବେ ଯଶସ୍ୱୀ ଜୟସ୍ୱାଲ!, ପଛରେ ମଧ୍ୟ ପଡ଼ିବେ ରୋହିତ ଶର୍ମା
ଆଜିର ଖବର

ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବେ ଯଶସ୍ୱୀ ଜୟସ୍ୱାଲ!, ପଛରେ ମଧ୍ୟ ପଡ଼ିବେ ରୋହିତ ଶର୍ମା

June 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜୁଲାଇ ୨ ତାରିଖରୁ ବର୍ମିଂହାମର ଏଜବେଷ୍ଟନ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଶୁଭମନ ଗିଲଙ୍କ ଦଳ ସିରିଜରେ ୦-୧ ପଛରେ ଅଛି। ପୂର୍ବ ଭୁଲଗୁଡ଼ିକୁ ଭୁଲି ଦଳ ଦ୍ୱିତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ। ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ଯଶସ୍ୱୀ ଜୟସ୍ୱାଲ ବିଶ୍ୱ ରେକର୍ଡ କରିବାକୁ ଯାଉଛନ୍ତି।

ଲିଡ୍ସ ଟେଷ୍ଟରେ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ୧୦୧ ରନ କରିଥିଲେ, କିନ୍ତୁ ସେ ଦ୍ୱିତୀୟ ଇନିଂସରେ ମାତ୍ର ୪ ରନ କରି ଆଉଟ ହୋଇଥିଲେ। କିନ୍ତୁ ସେ ଭଲ ଫର୍ମରେ ଥିବା ପରି ମନେ ହେଉଛନ୍ତି। ସେ ଶାହିଦ ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ନିକଟରେ ଅଛନ୍ତି।

ଟେଷ୍ଟ କ୍ରିକେଟରେ ଦ୍ରୁତତମ ୫୦ ରନ ସ୍କୋର କରିଥିବା ବ୍ୟାଟସମ୍ୟାନ୍

ବର୍ତ୍ତମାନ ଏହି ରେକର୍ଡ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ନାମରେ ଅଛି। ସେ ୪୬ ଇନିଂସରେ ଟେଷ୍ଟ କ୍ରିକେଟରେ ତାଙ୍କର ୫୦ ଛକା ପୂରଣ କରିଥିଲେ। ଯଶସ୍ୱୀ ଜୟସୱାଲଙ୍କ ବିଷୟରେ କହିବାକୁ ଗଲେ, ସେ ଟେଷ୍ଟ କ୍ରିକେଟରେ ୩୮ ଇନିଂସରେ ୪୦ ଛକା ମାରିଛନ୍ତି। ସେ ଆଉ ୧୦ ଛକା ମାରି ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିପାରନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୟଶସ୍ୱୀଙ୍କ ଟେଷ୍ଟ ରେକର୍ଡ ଇଂଲଣ୍ଡ ବିପକ୍ଷରେ ଭଲ, ସେ ଏପର୍ଯ୍ୟନ୍ତ ୧୧ ଇନିଂସରେ ୨୭ ଛକା ମାରିଛନ୍ତି। ସେ ଏହି ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଛକା ମାରିଛନ୍ତି। ଯଦି ସେ ଦ୍ୱିତୀୟ ଟେଷ୍ଟରେ ୧୦ ଛକା ମାରିପାରିବେ ନାହିଁ, ତଥାପି ଭବିଷ୍ୟତରେ ତାଙ୍କ ପାଖରେ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ରହିବ। ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ, ତାଙ୍କୁ ପରବର୍ତ୍ତୀ ୭ ଇନିଂସରେ ୧୦ ଛକା ମାରିବାକୁ ପଡିବ।

ରୋହିତ ଶର୍ମା ପଛରେ ରହିବା ପ୍ରାୟ ନିଶ୍ଚିତ:

ଟେଷ୍ଟ କ୍ରିକେଟରେ ୫୦ ଛକା ମାରିବା ଦ୍ୱିତୀୟ ଦ୍ରୁତତମ ବ୍ୟାଟସମ୍ୟାନ ହେଉଛନ୍ତି ରୋହିତ ଶର୍ମା, ଯିଏକି ସମ୍ପ୍ରତି ଟେଷ୍ଟରୁ ଅବସର ନେଇଛନ୍ତି। ସେ ୫୧ ଇନିଂସରେ ଏହି ସଂଖ୍ୟା ଛୁଇଁଥିଲେ, ଏହା ପ୍ରାୟ ନିଶ୍ଚିତ ଯେ, ଜୟସ୍ଵାଲ ରୋହିତଙ୍କୁ ପଛରେ ପକାଇଦେବେ। ଜୟସ୍ଵାଲ ଟେଷ୍ଟରେ ଖେଳିଥିବା ୨୦ ମ୍ୟାଚ୍ ମଧ୍ୟରୁ ୩୮ ଇନିଂସରେ ୧୯୦୩ ରନ୍ କରିଛନ୍ତି, ସେ ୨୦୦୦ ଟେଷ୍ଟ ରନ୍ ପୂରଣ କରିବାର ନିକଟତର ମଧ୍ୟ। ସେ ଏପର୍ଯ୍ୟନ୍ତ ଟେଷ୍ଟରେ ୫ ଶତକ ଏବଂ ୧୦ ଅର୍ଦ୍ଧଶତକ ଇନିଂସ ଖେଳିଛନ୍ତି।

ଟିମ୍ ଇଣ୍ଡିଆ ଏଜବେଷ୍ଟନରେ କେବେ ଜିତିନାହିଁ

ଭାରତ ପୂର୍ବରୁ ଏହି ଗ୍ରାଉଣ୍ଡରେ ୮ ଟେଷ୍ଟ ଖେଳିଛି, ଯେଉଁଥିରୁ ୭ ଇଂଲଣ୍ଡ ଜିତିଛି ଏବଂ ୧ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ଯଦି ଶୁଭମନ ଗିଲ୍ ଙ୍କ ଦଳ ଏହି ଟେଷ୍ଟ ଜିତିଯାଏ, ତେବେ ଏହା ଏହି ଗ୍ରାଉଣ୍ଡରେ ଭାରତର ପ୍ରଥମ ବିଜୟ ହେବ।

IND VS ENG IND Vs ENG 2nd Test Rohit Sharma SHAHID AFRIDI Yashasvi Jaiswal
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

November 16, 2025

ଆଜିଠାରୁ ଭାରତରେ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ

November 16, 2025

ଖୁବ ଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ପାନ କାର୍ଡ: ତୁରନ୍ତ କରନ୍ତୁ ଏହି କାମ

November 16, 2025

ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ, ଖୁବ୍ ଶୀଘ୍ର ଇସ୍ତଫା ଦେବେ ନୀତିଶ କୁମାର

November 16, 2025
Latest News

ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

November 16, 2025

ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆସୁନି ଉନ୍ନତି, ଏବେ ବି ଗୁରୁତର

November 16, 2025

ଆଜିଠାରୁ ଭାରତରେ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ

November 16, 2025

ଖୁବ ଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ପାନ କାର୍ଡ: ତୁରନ୍ତ କରନ୍ତୁ ଏହି କାମ

November 16, 2025

ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ, ଖୁବ୍ ଶୀଘ୍ର ଇସ୍ତଫା ଦେବେ ନୀତିଶ କୁମାର

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.