ଆଜି ଲୋକସଭାରେ ମୋଦି ସରକାର ଆଗତ କରିବେ ବହୁ ପ୍ରତୀକ୍ଷିତ ତିନି ତଲାକ୍ ବିଲ୍। ଏହି ବିଧେୟକ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ଏହା ପାରିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ବୁଧବାର ବିଜେପି ସମସ୍ତ ସାଂସଦଙ୍କୁ ହ୍ପିପ୍ ଜାରି କରିଛି। ଏହି ବିଧେୟକରେ ତିନି ତଲାକ ଏକ ଅପରାଧ ବୋଲି ବିବେଚିତ କରାଯାଇଛି ଏବଂ ଯିଏ ଦୋଷୀ ତାକୁ ଜେଲରେ ସଜା କାଟିବାକୁ ପଡ଼ିବ ବୋଲି ନିୟମ ରହିଛି। ନରେନ୍ଦ୍ର ମୋଦି ସରକାର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବା ପରେ ସଂସଦର ପ୍ରଧାନମନ୍ତ୍ରୀ ତିନି ତଲାକ ବିଧେୟକର ଉଦ୍ଦେଶ୍ୟ ବାବଦରେ କହିଥିଲେ। ତେବେ ସରକାରଙ୍କ ଏହି ବିଧେୟକକୁ ସେତେବେଳେ ବିରୋଧୀ ବିରୋଧ କରିବା ସହିତ ଅନେକ ସମାଲୋଚନା ମଧ୍ୟ କରିଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ଏହି ବିଧେୟକ ବାବଦରେ ଯାଞ୍ଚ କରିବା ପାଇଁ ସଂସଦୀୟ କମିଟି ତିଆରି କରାଯାଉ ବୋଲି ଦାବି କରିଥିଲେ। ଲୋକସଭାରେ ଏନଡିଏର ସଂଖ୍ୟା ଗରିଷ୍ଠ ଥିବାରୁ ଏହି ବିଧେୟକ ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ରାଜ୍ୟସଭାରେ ଏହି ବିଲ୍ ପାସ୍ କରିବା ଦିଗରେ ଶାସକ ଦଳ ପାଇଁ ଚ୍ୟାଲେଞ୍ଜ ରହିବ ।
ଆଜି ଲୋକସଭାରେ ତ୍ରିପିଲ୍ ତଲାକ୍କୁ ନେଇ ହେବ ଚର୍ଚ୍ଚା : ଏହାକୁ ନେଇ ହୋଇପାରେ ଗୃହରେ ହଙ୍ଗାମା
Published:
Jul 25, 2019, 9:39 am IST
Tags: