ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍ ପାରୋଲ୍ରେ ମୁକ୍ତ ହୋଇଛନ୍ତି । ନିଜ ଝିଅର ବିବାହ ନିମନ୍ତେ ନଳିନୀଙ୍କୁ ଏହି ପାରୋଲ୍ ମିଳିଛି । ନିଜ ଝିଅ ହରିଥ୍ରାର ବିବାହ ନିମନ୍ତେ ଆଜି ଭେଲୋର ଜେଲ୍ରୁ ଏକ ମାସ ନିମନ୍ତେ ବାହାରକୁ ଆସିଛନ୍ତି ନଳିନୀ । ମାଡ୍ରାସ ହାଇକୋର୍ଟରୁ ନଳିନୀଙ୍କୁ ଏହି ପାରୋଲ୍ ମିଳିଥିବା ବେଳେ ନଳିନୀ ପାରୋଲ୍ ସମୟରେ କୌଣସି ରାଜନେତା କିମ୍ବା ଗଣମାଧ୍ୟମ ଅଧିକାରୀଙ୍କୁ ଭେଟିବା ଉପରେ କୋର୍ଟ କଟକଣା ଜାରି କରିଛନ୍ତି । ଏହା ସହିତ ଆସନ୍ତା ଏକ ମାସ ମଧ୍ୟରେ ନଳିନୀ ଭେଲୋରରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ କୋର୍ଟ ଆଦେଶ ପ୍ରଦାନ କରିଛନ୍ତି । ନଳିନୀ 6 ମାସର ପାରୋଲ୍ ନିମନ୍ତେ ଆବେଦନ କରିଥିବା ବେଳେ ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦରେଶ ମାତ୍ର ଏକ ମାସ ପାଇଁ ପାରୋଲ୍ ପ୍ରଦାନ କରିଥିଲେ । ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୀର୍ଘ 28 ବର୍ଷ ପରେ ନଳିନୀଙ୍କୁ ଜାମିନ ମିଳିଥିବା ବେଳେ ନଳିନୀଙ୍କ ସ୍ବାମୀ ମୁରୁଗନ ସମାନ ମାମଲାରେ ଭେଲୋର ଜେଲ୍ରେ ଅଛନ୍ତି ।
ପାରୋଲରେ ଏକ ମାସ ପାଇଁ ମୁକ୍ତ ହେଲେ ନଳିନୀ ଶ୍ରୀହରନ୍
Published:
Jul 25, 2019, 11:46 am IST
Tags: