ଭୁବନେଶ୍ଵର: ବିଏମସି ଅଧିକାରୀଙ୍କ ଉପରେ ବିଜେପି କର୍ମୀମାନଙ୍କର ଆକ୍ରମଣକୁ ନେଇ ସବୁଆଡୁ ନିନ୍ଦା କରାଯାଉଛି। ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଷୁଡିଯାଇଛି ବୋଲି ବିରୋଧୀ ଦଳ ମୋହନ ସରକାରଙ୍କୁ ଆକ୍ରମଣ କରୁଛନ୍ତି। ଏହିକ୍ରମରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ଆକ୍ରମଣ କରିଛନ୍ତି।
ପ୍ରସନ୍ନ ଆଚାର୍ଯ୍ୟ କରିଛନ୍ତି ଯେ, ”ରାଜ୍ୟରେ ଜଙ୍ଗଲରାଜ ଚାଲିଛି। ଏକ ବର୍ଷ ଭିତରେ ରାଜ୍ୟରେ କୌଣସି ସରକାର ଥିବା ଭଳି ଜଣାପଡୁନାହିଁ। ସରକାରୀ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡିପଡିଛି। ଏଭଳି ପରିସ୍ଥିତିରେ ଓଡିଶାବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ସାରା ଭାରତରେ ଶାସନ ବ୍ୟବସ୍ଥା ଲଜ୍ଜିତ ହୋଇଛି।”
ତେବେ ସରକାରୀ ଅଧିକାରୀଙ୍କ ଉପରେ ଏଭଳି ଅମାନବୀୟ ଘଟଣାକୁ କଡା ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିରୋଧୀ ଦଳର ଉପନେତା ଦାବି କରିଛନ୍ତି।