ପ୍ରଥମ ଭାରତୀୟ ମହିଳା ଭାବରେ ୟୁକେର ଗୃହ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରୀତି ପଟେଲ । ନୂତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ କ୍ୟାବିନେଟ୍ରେ ଗୃହସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପଟେଲ୍ । ଥେରେସା ମେଙ୍କ ବ୍ରକ୍ସିଟ୍କୁ ବିରୋଧ କରୁଥିବା ପଟେଲଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଦାୟିତ୍ବ ମିଳିଥିବା ନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ଟର ଜରିଆରେ ସ୍ପଷ୍ଟ କରାଯାଇଛି । ୟୁରୋପିଆନ ସଂଘରୁ ବ୍ରିଟେନ୍ ବାହାରିବା ସପକ୍ଷରେ ପଟେଲ ନିଜର ମତ ପ୍ରଦାନ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି ବୋଲି ବୋରିସ୍ ବେକର ସୂଚନା ଦେଇଛନ୍ତି । 47 ବର୍ଷୀୟା ପ୍ରୀତି ପଟେଲ 2010ରୁ ପ୍ରଥମେ ଏସେକ୍ସରୁ ନିର୍ବାଚିତ ହୋଇ ଡେଭିଡ୍ କ୍ୟାମେରନ୍ ସରକାରରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । 2014ରେ ଖଣିଜ ସମ୍ପଦ ବିଭାଗର କନିଷ୍ଠ ମନ୍ତ୍ରୀ ରହିଥିବା ବେଳେ 2015ରେ ଆତ୍ମନିଯୁକ୍ତି ବିଭାଗର ମନ୍ତ୍ରୀ ରହିଥିଲେ । 2016ରେ ଥେରେସାଙ୍କ ମନ୍ତ୍ରୀତ୍ବରେ ସଚିବ ରହିଥିବା ବେଳେ 2017ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରାଯାଇଥିଲା । ଏହାପରେ ସଦାସର୍ବଦା ଥେରେସା ମେଙ୍କ ବିପକ୍ଷରେ ନିଜର ଅଭିଯାନ ଚଳାଇଥିଲେ ପଟେଲ । ଗତକାଲି ବୋରିସ୍ ବେକର ଏବଂ ପଟେଲଙ୍କ ମଧ୍ୟରେ ସାକ୍ଷାତକାର ପରେ ପଟେଲଙ୍କ ନିଯୁକ୍ତି ସ୍ପଷ୍ଟ ହୋଇଥିଲା ।
ପ୍ରଥମ ଭାରତୀୟ ଭାବରେ ୟୁକେର ଗୃହ ସଚିବ ଦାୟିତ୍ବ ଗ୍ରହଣ କଲେ ପ୍ରୀତି ପଟେଲ
Published:
Jul 25, 2019, 1:05 pm IST
Tags: