କେନ୍ଦ୍ରାପଡା: ଶ୍ରୀଗୁଣ୍ଡିଚା ମନ୍ଦିର ରଥଦାଣ୍ଡ ବିଳମ୍ବିତ ରାତିରେ ମାଲକ୍ଷ୍ମୀଙ୍କ ହେରାପଂଚମୀ ନୀତି ସଂପାଦିତ ହୋଇଛି। ଭାଇ ଜଗନ୍ନାଥ ରଥଯାତ୍ରାରେ ଆସିଥିବା ବେଳେ ସାଂଗରେ ମା’ଙ୍କୁ ଆଣିନଥିବାରୁ ମା’ ମହାଲକ୍ଷ୍ମୀ ରୋଷ କରିଛନ୍ତି। ସେଥିପାଇଁ ମା’ ମହାଲକ୍ଷ୍ମୀ ମଣିବିମାନରେ ବିରାଜମାନ ହୋଇ ଗୋପନୀୟ ଭାବେ ବଡଦାଣ୍ଡରେ ଗୁଣ୍ଡିଚାମନ୍ଦିର ନିକଟରେ ପହଁଚିଥିଲେ। ସେଠାରେ ମାଙ୍କୁ ସ୍ୱତନ୍ତ୍ରବେଦୀରେ ଉପବେଶନ କରାଯାଇ ଭୋଗନୈବେଦ୍ୟ ଅର୍ପଣ କରାଯାଇଥିଲା।
ରାଜପୁରୋହିତ ପାରମ୍ପରିକ ଢଂଗରେ ପବିତ୍ରବାକ୍ୟ ଉଚ୍ଚାରଣ କରିଥିଲେ। ଗୁଣ୍ଡିଚାମନ୍ଦିର ନିକଟରରେ ଅଟକି ରହିଥିବା ରଥ ନିକଟକୁ ମଣିବିମାନରେ ବାଜାଶଂଖ ଧ୍ୱନି ମଧ୍ୟରେ ଆସିଥିଲେ। ସେଠାରେ ସେବାୟତମାନେ ଗୋପନୀୟ ନୀତୀ ଶେଷ କରିବା ପରେ ରଥର ସାମାନ୍ୟ ଅଂଶକୁ ପାରମ୍ପରିକ ଢଂଗରେ ମହାରଣା ବଢେଇ ସେବକ ମାନଙ୍କ ଦ୍ୱରା ଭଗ୍ନ କରାଯାଇଥିଲା। ଏହାପରେ ଆଡପ ମଣ୍ଡପରେ ଭାଇ କଗନ୍ନାଥକୁ ଦର୍ଶନ କରିବା ନିମନ୍ତେ ଆଡପମଣ୍ଡପକୁ ଯାଇଥିଲେ। ସେଠାରେ ପହଁଚିବା ପରେ ଭାଇବୋହୁ ନୀତି ସମ୍ମାନ ଜଣାଯାଇ ଶ୍ରୀବଳଦେବଙ୍କ ଆଗରେ କପଡା ଢାଂକିଥିଲେ ସେବାୟତମାନେ।
ଏହାପରେ ପୁନଶ୍ଚ ଗୋପନୀୟ ଭାବେ ଶ୍ରୀବଳଦେବଜୀୟୁ ମନ୍ଦିର ପରିସରକୁ ମା’ଲକ୍ଷ୍ମୀକୁ ବିଜେ କରାଯିବା ପରେ ପ୍ରସ୍ଥାନ ଦ୍ୱାର ଦେଇ ମା ମୁଖ୍ୟ ଦେଉଳ ଉଦ୍ଦେଶ୍ୟରେ ପ୍ରସ୍ଥାନ କରିଥିଲେ। ଏହି ନୀତିକୁ ଶୃଙ୍ଖଳିତ ଢଂଗରେ ଶେଷ କରାଯାଇଛି। ଭକ୍ତମାନଙ୍କ ରାତିରେ ଶୃଙ୍ଖଳିତ ଦର୍ଶନ ପାଇଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷପେ ଗ୍ରହଣ କରାଯାଇଥିଲା।